Thursday, October 2, 2025
24.4 C
Odisha

    ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ

    ଆଗକୁ ପଢନ୍ତୁ

    ସୋର : ସୋର ବ୍ଲକ କେଦାରପୁର ପଂଚାୟତ ବାଣୀସିଆ ପ୍ରାଥମିକ ବିଦ୍ୟଳୟରେ ଆଜି ମଧ୍ୟାହ୍ନରେ ମଧ୍ୟାହ୍ନ ଭୋଜନ ଖାଇ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ସୋର ଡାକ୍ତରଖନାରେ ଭତ୍ତି ହୋଇଛନ୍ତି। ଆଜି ମଧ୍ୟାହ୍ନରେ ୩୫ ଜଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ଓ ଭାତ ଦିଆଯାଇଥିଲା। ଖାଇବା ପରେ କେତେଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇପଡିଥିଲେ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମେମ୍ବରମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ସେମାନେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥତା ଅନୁଭବ କରିଥିଲେ।ଅସୁସ୍ଥ ଛାତ୍ରଛାତ୍ରୀମାନେ ହେଲେ ୫ମ ଶ୍ରେଣୀର ଜନ୍ମଜୟ ଦାସ , ଶୁଭଲକ୍ଷ୍ମୀ ବେହେରା, ରାଜଶ୍ରୀ ବେହେରା ଓ ୪ର୍ଥ ଶ୍ରେଣୀର ଶୁଭଲକ୍ଷ୍ମୀ ପଣ୍ଡା, ଭାଗ୍ୟଶ୍ରୀ ଦାସ ଓ ବିଦୁସ୍ମିତା ବେହେରା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    99 %
    3kmh
    100 %
    Thu
    24 °
    Fri
    27 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ