Friday, June 12, 2026
27.8 C
Odisha

    ମଧ୍ୟାହ୍ନ ଭୋଜନ ବେଳେ ସ୍କୁଲ ରୋଷଇ ଘରେ ଲାଗିଲା ନିଆଁ, ଘଟଣା ସମୟରେ ନଥିଲେ ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ସ୍କୁଲ ରୋଷଇ ଘରେ ଲାଗିଲା ନିଆଁ । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ବାଇଲାମା ଉଚ୍ଚ ପ୍ରାଥମିକ ସ୍କୁଲର ରୋଷଇ ଘରେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ସୌଭାଗ୍ୟବଶତଃ ସେହି ସମୟରେ ସ୍କୁଲରେ ଛାତ୍ରଛାତ୍ରୀ ନ ଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ସ୍କୁଲର ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହୃତ ରୋଷଇ ଘରରେ ହଠାତ୍ ନିଆଁ ଲାଗିଥିଲା । ଦେଖିବାକୁ ମିଳିଥିଲା ଯେ ରୋଷଇ ଘରେ ଥିବା ସାମଗ୍ରୀ ଦ୍ରୁତ ଗତିରେ ଜଳିବାକୁ ଲାଗିଥିଲା । ସ୍ଥାନୀୟ ଲୋକମାନେ ପ୍ରଥମେ ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ।

    ଅଗ୍ନିଶମ ବାହିନୀ ଶୀଘ୍ର ପଦକ୍ଷେପ ଗ୍ରହଣ କରି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଅନ୍ୟ ଆଡ଼କୁ ବ୍ୟାପିନଥିଲା । ଘଟଣା ସମୟରେ ସ୍କୁଲରେ ଛାତ୍ରଛାତ୍ରୀ ଉପସ୍ଥିତ ନଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଛି । ତେବେ ନିଆଁ କିପରି ଲାଗିଲା ଓ ଏହାର ପ୍ରକୃତ କାରଣ କଣ, ସେନେଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.8 ° C
    27.8 °
    27.8 °
    66 %
    4.1kmh
    87 %
    Fri
    30 °
    Sat
    38 °
    Sun
    41 °
    Mon
    41 °
    Tue
    43 °

    ସମ୍ବନ୍ଧିତ