Thursday, August 14, 2025
23.8 C
Odisha

    ମନୋଜ କୁମାରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବଲିଉଡ୍ ଭେଟେରାନ୍ ଅଭିନେତା ମନୋଜ କୁମାରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଛନ୍ତି ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଭାରତୀୟ ସିନେମାର ଆଇକନ୍ , ଦେଶାତ୍ମକ ଚିନ୍ତାଧାରା ପାଇଁ ସେ ପରିଚିତ। ତାଙ୍କ କାର୍ଯ୍ୟ ଜାତୀୟ ଭାବନାକୁ ପ୍ରଜ୍ବଳିତ କରିଥିଲା। ଏବଂ ସର୍ବଦା ପ୍ରେରଣା ଦେବ । ମନୋଜ କୁମାରଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ସେପଟେ ମନୋଜ କୁମାରଙ୍କ ଦେହାନ୍ତରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। କହିଛନ୍ତି ଅଭିନେତା ଓ ନିର୍ଦେଶକ ମନୋଜଙ୍କ ଦେହାନ୍ତଙ୍କ ମୁଁ ଗଭୀର ମର୍ମାହତ। ଭାରତୀୟ ସିନେମାରେ ତାଙ୍କ ଅବଦାନକୁ ଭାରତ କୁମାର ଭାବେ ସ୍ମରଣ କରିବେ। ପରିବାର ଏବଂ ପ୍ରଶଂସକ ମାନଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    95 %
    1kmh
    100 %
    Thu
    24 °
    Fri
    30 °
    Sat
    29 °
    Sun
    31 °
    Mon
    27 °

    ସମ୍ବନ୍ଧିତ