Tuesday, March 24, 2026
31 C
Odisha

    ମନ୍ କି ବାତ୍‌ରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ୧୨୯ତମ  ସଂସ୍କରଣରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଏବଂ ସମାଜସେବାରେ ତାଙ୍କର ଜୀବନବ୍ୟାପୀ ସମର୍ପଣ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏପରି କରି ପ୍ରଧାନମନ୍ତ୍ରୀ ମନ୍ କି ବାତ୍‌ରେ  ପୁଣି ଥରେ ଓଡ଼ିଶାକୁୂ ଗୁରୁତ୍ବ ପ୍ରଦାନ କରିଛନ୍ତି।

    ମନ୍ କି ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଆସନ୍ତା ମାସରେ ଏହାର ୭୭ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛି। ଏହି ଦିବସ ସ୍ୱାଧୀନତା ସଂଗ୍ରାମୀ ଏବଂ ସମ୍ବିଧାନର ସ୍ଥପତିଙ୍କ ବଳିଦାନକୁ ମନେ ପକାଇବାର ଏକ ଅବସର। ଦେଶର ପ୍ରତ୍ୟେକ ଅଞ୍ଚଳର ଲୋକମାନେ ସ୍ୱାଧୀନତା ଆନ୍ଦୋଳନରେ  ନିଜର ଅବଦାନ ଦେଇଥିଲେ ମଧ୍ୟ ଅନେକ ପରଦା ପଛର ନାୟକଙ୍କୁ ଉପଯୁକ୍ତ ସ୍ୱୀକୃତି ମିଳି ନଥିଲା। ଓଡ଼ିଶାର ପାର୍ବତୀ ଗିରି ଜଣେ ଏପରି ସାହସୀ ନେତା ଥିଲେ।

    ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି, ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଜାନୁଆରି ୨୦୨୬ରେ ପାଳନ କରାଯିବ। ସେ ୧୬ ବର୍ଷ ବୟସରେ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ପରେ ତାଙ୍କ ସମଗ୍ର ଜୀବନ ସମାଜସେବା, ବିଶେଷକରି ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କର ପ୍ରେରଣାଦାୟକ ଜୀବନ ନୂତନ ପିଢ଼ିଙ୍କୁ ମାର୍ଗଦର୍ଶନ କରି ଚାଲିଥିବ।

    ସୂଚନାଯୋଗ୍ୟ, ପାର୍ବତୀ ଗିରି  ୧୯ ଜାନୁଆରି  ୧୯୨୬ ଜନ୍ମ ଗ୍ରହଣ କରିଥିଲେ। ସେ  ଧନଞ୍ଜୟ ଗିରିଙ୍କ ଝିଅ ଥିଲେ। ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବରେ ସେ ବେଶ୍ ଲୋକପ୍ରିୟ ଥିଲେ। ଜଣେ ପ୍ରମୁଖ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କର ବ୍ରିଟିଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଦୁଇ ବର୍ଷ ପାଇଁ ଜେଲ୍ ଯାଇଥିଲେ।ସ୍ୱାଧୀନତା ପରେ, ସେ ପାଇକମାଳ ଗାଁରେ  ଅନାଥାଶ୍ରମ ପ୍ରତିଷ୍ଠା କରି ସମାଜ ସେବା ଜାରି ରଖିଥିଲେ। ତାଙ୍କ ଜୀବନର ବାକି ସମୟ ସେ ଅନାଥଙ୍କ କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ।  ୧୭ ଅଗଷ୍ଟ ୧୯୯୫ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    33 %
    1.7kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ