Saturday, October 10, 2026
29.2 C
Odisha

    ମନ୍ କୀ ବାତ୍’ ରେ ଓଡ଼ିଶା ଝିଅ ମୈଥିଲି ଭୁଏଙ୍କୁ ମୋଦିଙ୍କ ପ୍ରଶଂସା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ‘ମନ୍ କୀ ବାତ୍’ ରେ ଓଡ଼ିଶା ଝିଅ ମୈଥିଲି ଭୁଏଙ୍କୁ ମୋଦିଙ୍କ ପ୍ରଶଂସା । ଡେବ୍ରୀଗଡ଼ ଅଭୟାରଣ୍ୟର ମୈଥିଲି ଭୁଏଙ୍କୁ ପରିବେଶ ପର୍ଯ୍ୟଟନ, ଜଙ୍ଗଲ ସଂରକ୍ଷଣ ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ତାଙ୍କ ଅସାଧାରଣ ନେତୃତ୍ୱ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ​ଡେବ୍ରୀଗଡ଼ ଅଭୟାରଣ୍ୟ ଓ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ଇକୋ-ଟୁରିଜିମର ପରିଚାଳନା ଦାୟିତ୍ୱ ସ୍ଥାନୀୟ ମହିଳାମାନଙ୍କ ହାତକୁ ଯିବା ପଛରେ ମୈଥିଲି ଭୁଏଙ୍କର ପ୍ରମୁଖ ଭୂମିକା ରହିଛି ।

    ସେ ପର୍ଯ୍ୟଟକମାନଙ୍କୁ ପ୍ରକୃତି ଓ ବନ୍ୟପ୍ରାଣୀଙ୍କ ବିଷୟରେ ବୁଝାଇବା ସହ ଗାଇଡ୍ ଭାବେ କାର୍ଯ୍ୟ କରୁଛନ୍ତି । ଜଙ୍ଗଲ ଓ ଜଳଭଣ୍ଡାରରେ କେବଳ ପୁରୁଷମାନଙ୍କ ଏକଚାଟିଆ ଦବ୍ ଦବା ଭାଙ୍ଗି ମୈଥିଲି ଓ ତାଙ୍କ ସାଥୀ ମହିଳାମାନେ ସଫାରୀ ଗାଡ଼ି ଏବଂ ବୋଟ୍ ଚଳାଇ ପର୍ଯ୍ୟଟକମାନଙ୍କୁ ଭ୍ରମଣ କରାଉଛନ୍ତି।

    ମୈଥିଲି ଭୁଏ କେବଳ ପର୍ଯ୍ୟଟନ ନୁହେଁ, ବରଂ ବନ ବିଭାଗ ସହ ମିଶି ଜଙ୍ଗଲ ନିଆଁ ନିୟନ୍ତ୍ରଣ, ଶିକାର ରୋକିବା ଏବଂ ଜଙ୍ଗଲଜାତ ସମ୍ପଦର ସୁରକ୍ଷା ପାଇଁ ଗ୍ରାମବାସୀଙ୍କୁ ଏକଜୁଟ କରି ପହରା ଦେବାରେ ସାହାଯ୍ୟ କରୁଛନ୍ତି । ଇକୋ-ଡେଭଲପମେଣ୍ଟ କମିଟି (EDC) ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାଧ୍ୟମରେ ସ୍ଥାନୀୟ ମହିଳାମାନଙ୍କୁ ନିୟମିତ ରୋଜଗାରକ୍ଷମ କରାଇବାରେ ସେ ଏକ ଉଦାହରଣ ପାଲଟିଛନ୍ତି ।

    ମୋଦି କହିଛନ୍ତି, ଡେବ୍ରୀଗଡ଼ର ମୈଥିଲି ଭୁଏ ଓ ତାଙ୍କ ସହଯୋଗୀ ମହିଳାମାନେ ପ୍ରମାଣ କରିଦେଇଛନ୍ତି ଯେ ପ୍ରକୃତି ସଂରକ୍ଷଣ ଏବଂ ସ୍ଥାନୀୟ ଜୀବିକା ପରସ୍ପର ସହ କିପରି ସୁନ୍ଦର ଭାବେ ଯୋଡ଼ି ହୋଇପାରିବ । ଡେବ୍ରୀଗଡ଼ର ଏହି ମଡେଲ ସମଗ୍ର ଦେଶ ପାଇଁ ପ୍ରେରଣାଦାୟୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ