Saturday, October 10, 2026
30.1 C
Odisha

    କର୍ଣ୍ଣାଟକରେ ସୁବ୍ରତ ବାଗଚୀଙ୍କୁ ବଡ଼ ଦାୟିତ୍ୱ, ସ୍କିଲ୍ ଡେଭଲପମେଣ୍ଟ ଭିଜନ୍ ଗ୍ରୁପ୍ ର ଅଧ୍ୟକ୍ଷ ଭାବେ ନିଯୁକ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କର୍ଣ୍ଣାଟକରେ ସୁବ୍ରତ ବାଗଚୀଙ୍କୁ ବଡ଼ ଦାୟିତ୍ୱ । ସ୍କିଲ୍ ଡେଭଲପମେଣ୍ଟ ଭିଜନ୍ ଗ୍ରୁପ୍ ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବାଗଚୀ । କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଓଡ଼ିଆ ଉଦ୍ୟୋଗୀ ତଥା ମାଇଣ୍ଡ ଟ୍ରିର ସହ-ପ୍ରତିଷ୍ଠାତା ସୁବ୍ରତ ବାଗଚୀଙ୍କୁ ମିଳିଛି ନୂଆ ଦାୟିତ୍ୱ। କର୍ଣ୍ଣାଟକ ସରକାରଙ୍କ Vision Group on Skill Developmentର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ନେଇଥିବା ନେଇ Xରେ ସୂଚନା ଦେଇଛନ୍ତି।

    ନୂଆ ଦାୟିତ୍ୱକୁ ନେଇ ବାଗଚୀ ଖୁସି ପ୍ରକାଶ କରିବା ସହ ଏହାକୁ ସମ୍ମାନ ଓ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି। ଆଗାମୀ ପିଢ଼ିର ଯୁବକଯୁବତୀଙ୍କୁ ଭବିଷ୍ୟତର ନୂଆ ଦୁନିଆ ପାଇଁ ପ୍ରସ୍ତୁତ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ବୋଲି ତାଙ୍କ ପୋଷ୍ଟରୁ ସ୍ପଷ୍ଟ ହୋଇଛି। ବାଗଚୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, “ଭବିଷ୍ୟତ ଯେପରି ସହଜରେ ଆସି ପହଞ୍ଚିପାରିବ, ସେଥିପାଇଁ ଆମେ ଭିତ୍ତିଭୂମି ପ୍ରସ୍ତୁତ କରିବୁ।

    ଏହା ଆମେ ପୂର୍ବରୁ କରିଛୁ, ପୁଣି ଥରେ କରିବୁ। ଆସନ୍ତାକାଲିର ଯୁବପିଢ଼ି ପାଇଁ କାମ କରିବାର ସୁଯୋଗ ମିଳିବା ତାଙ୍କ ପାଇଁ ଏକ ବିଶେଷ ସୌଭାଗ୍ୟ ବୋଲି ସେ କହିଛନ୍ତି। ଦକ୍ଷତା ବିକାଶ କ୍ଷେତ୍ରରେ ବାଗଚୀଙ୍କର ପୂର୍ବ ଅଭିଜ୍ଞତା ରହିଛି। ଏବେ କର୍ଣ୍ଣାଟକରେ ଯୁବପିଢ଼ିଙ୍କ ଦକ୍ଷତା, ନିଯୁକ୍ତି ଯୋଗ୍ୟତା ଏବଂ ଭବିଷ୍ୟତର ଶିଳ୍ପ ଓ ପ୍ରଯୁକ୍ତି ଆବଶ୍ୟକତାକୁ ନଜରରେ ରଖି Vision Group କିଭଳି ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛି, ତାହା ଉପରେ ନଜର ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ