ରଙ୍ଗର ଅନେକ ପ୍ରଭାବ ରହିଛି । ଯେଉଁଥିପାଇଁ ପ୍ରତ୍ୟେକ ଦେଶର ଜାତୀୟ ପତାକାର ରଙ୍ଗ ଭିନ୍ନ ଭିନ୍ନ ରଙ୍ଗକୁ କେତେକ ପ୍ରତୀକ ଭାବରେ ବ୍ୟବହାର କରାଯାଇଥାଏ । କେତେକ ପେଶାରେ ମଧ୍ୟ ନିର୍ଦ୍ଦିଷ୍ଟ ରଙ୍ଗର ଡ୍ରେସକୋଡ୍ ବ୍ୟବହାର କରାଯାଏ । ସେହିପରି ପରମ୍ପରାକୁ ନେଇ ମଧ୍ୟ ବିଭିନ୍ନ ରଙ୍ଗର ମହତ୍ୱ ରହିଛି । ଏହାସହ ପୂଜାପର୍ବ, ବିବାହ, ବ୍ରତଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଅଲଗା ଅଲଗା ରଙ୍ଗକୁ ଗୁରୁତ୍ୱ ଦିଆଯାଏ । ଆଉଟଫିଟର ରଙ୍ଗ ଭଲ ହୋଇଥିଲେ ଏହା ପର୍ସନାଲିଟିକୁ ଆହୁରି ଆକର୍ଷଣୀୟ କରିଥାଏ ଏବଂ ମନରେ ଏକ ସକାରତ୍ମକ ଭାବନା ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର ପୋଷାକ ମନ ଉପରେ କ’ଣ ପ୍ରଭାବ ପକାଇଥାଏ ।
ହ୍ୱାଇଟ: ଧଳା ରଙ୍ଗ ଏକ ପରିଷ୍କାର, ଶାନ୍ତ ଏବଂ ସରଳ ମାନସିକତା ସୃଷ୍ଟି କରିଥାଏ । ଏହି ରଙ୍ଗର ପୋଷାକ ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ଏହା ସହ ଏହି ରଙ୍ଗର ପୋଷାକ ପ୍ରାୟ ସମସ୍ତଙ୍କୁ ମାନିଥାଏ । ଏହାକୁ ପିନ୍ଧିଲେ ସ୍ମାର୍ଟ ତଥା ପ୍ରେଜେଣ୍ଟେବଲ୍ ଲାଗିଥାଏ ।
ରେଡ୍ : ଲାଲ୍ ରଙ୍ଗ ସବୁବେଳେ ସମସ୍ତଙ୍କୁ ଦୃଷ୍ଟି ଆକର୍ଷିତ କରିଥାଏ । ଯେଉଁ କାରଣରୁ ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଆତ୍ମ ବିଶ୍ୱାସ ବଢ଼ିଥାଏ । ଏହା ଛଡା ଏହା ଏକ ପାରମ୍ପରିକ ରଙ୍ଗ ହୋଇଥିବାରୁ ବିବାହ ବେଳେ ବୋହୂମାନଙ୍କୁ ଏହି ରଙ୍ଗର ଶାଢ଼ି ପିନ୍ଧିବାକୁ ଦେଇଥାନ୍ତି । ଯାହା କଥାରେ ଅଛି ଏହି ରଙ୍ଗ ଏକ ଶୁଭ ସଙ୍କେତ ଯାହା ପାଇଁ ଏହାକୁ ଶୁଭ କାର୍ଯ୍ୟରେ ପିନ୍ଧିଥାନ୍ତି । ଏଥି ସହିତ ଲାଲ ରଙ୍ଗ କନଫିଡେନ୍ସ ଲେଭଳକୁ ବଢ଼ାଇଥାଏ ।
ବ୍ଲୁ : ମନକୁ ଶାନ୍ତ ଏବଂ ସ୍ଥିର ରଖିବାକୁ ହେଲେ ଏହି ରଙ୍ଗକୁ ଆପଣାଯାଏ । ବ୍ଲୁ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ମନ ଚିନ୍ତାମୁକ୍ତ ହୋଇଥାଏ ।
ଅରେଞ୍ଜ : ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ମୁଡ୍ ପଜେଟିଭ୍ ଏବଂ ଏନର୍ଜେଟିକ୍ ରହିଥାଏ । ହେଲେ ଏହି ରଙ୍ଗ ସବୁ ସ୍କିନକୁ ମ୍ୟାଚ୍ କରି ନଥାଏ । ତେଣୁ ଅରେଞ୍ଜ ଆଉଟଫିଟ୍ ବାଛିବାବେଳେ ନିଜର ସ୍କିନ୍ ଟୋନ୍ ପ୍ରତି ଧ୍ୟାନ ଦିଅନ୍ତୁ ।
ୟେଲୋ : ଏହି ରଙ୍ଗକୁ ଖାସ୍ କରି ପୂଜା ପର୍ବାଣୀରେ ବ୍ୟବହାର କରାଯାଇଥାଏ । କାରଣ ଏହି ରଙ୍ଗର ପୋଷାକ ପିନ୍ଧିଲେ ମନରେ ଏକ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ । ଯଦି ଆପଣଙ୍କୁ ବୋର୍, ମାନ୍ଦା ଏବଂ ଅଳସୁଆ ଲାଗୁଥାଏ ତେବେ ୟେଲୋ ରଙ୍ଗର ପୋଷାକ ପିନ୍ଧନ୍ତୁ ଯାହା ଦ୍ୱାରା ମୁଡ୍ ଫ୍ରେସ୍ ରହିବ । ଏହା ସହ ଏହି ରଙ୍ଗର ପୋଷାକ ପିନ୍ଧିଲେ ନିଜର କନଫିଡେନ୍ସ ଲେଭଲ ବଢ଼ିଥାଏ ।
ଗ୍ରୀନ୍ : ଏହି ରଙ୍ଗ ମଧ୍ୟ ମନକୁ ଆନନ୍ଦିତ କରିବା ସହ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ । ଏହାକୁ ପିନ୍ଧିବା ଦ୍ୱାରା କୌଣସି ପ୍ରକାର ଷ୍ଟ୍ରେସ୍ ଥିଲେ ତାହା ଦୂର ହେବ ।
ପରପଲ୍ : ଏହି ରଙ୍ଗର ଆଉଟଫିଟ୍ ଏକ ବିଳାସପୂର୍ଣ୍ଣ ମନୋଭାବ ସୃଷ୍ଟି କରିଥାଏ । ପୁରାତନ ଯୁଗର ରାଜ ପରିବାରର ଲୋକେ ନିଜ ଧନ ଓ ବିଭବ ଦେଖାଇବା ପାଇଁ ଏହି ରଙ୍ଗର ପୋଷାକ ପରିଧାନ କରୁଥିଲେ । ଏହି ରଙ୍ଗ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଥାଏ ।
ପିଙ୍କ୍ : ପିଙ୍କ୍ ଅଧିକାଶଂ ଝିଅଙ୍କର ପସନ୍ଦ କଲର ହୋଇଥାଏ । ଏହାକୁ ପିନ୍ଧିବା ଦ୍ୱାରା ମନ ଖୁସି ଏବଂ ଶାନ୍ତ ରହିଥାଏ । ଏହା ଛଡା ମୁଡକୁ ରୋମାଣ୍ଟିକ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ବ୍ଲାକ୍ : ଏହା ଏପରି ଏକ ରଙ୍ଗ, ଯାହା ସମସ୍ତଙ୍କ ପର୍ସନାଲିଟିକୁ ସୁଟ୍ କରିଥାଏ । ଏହି ରଙ୍ଗର ଆଉଟଫିଟ୍ ବ୍ୟବହାର କରିବା ଦ୍ୱାରା ଦାୟିତ୍ୱବୋଧ, ଆତ୍ମବିଶ୍ୱାସି ଭଳି ସାନସିକତା ବୃଦ୍ଧି ପାଇଥାଏ ।