Friday, May 8, 2026
24.9 C
Odisha

    ଖାନନଗର ସ୍ୱର୍ଗଧାମରେ ସହିଦ ଦିବସ ପାଳିତ

    ଆଗକୁ ପଢନ୍ତୁ

    ଖାନନଗର ସ୍ୱର୍ଗଧାମରେ  ସୋମବାର ସହିଦ ଦିବସ ପାଳିତ ପାଳିତ ହୋଇଯାଇଛି । ବୀର ପ୍ରସବିନୀ ଭାରତ ମାତାର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ସମୂହ ଦୀପଦାନ କରା ଯାଇଥିଲା । ‘ପବିତ୍ର ଏଣ୍ଟରଟେନମେଣ୍ଟ’ ତରଫରୁ ସ୍ୱର୍ଗଧାମକୁ ନେଇ ପ୍ରସ୍ତୁତ ବୃତ୍ତଚିତ୍ର ପଦର୍ଶନ କରାଯିବା ସହ ସହିଦଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରାଯାଇଥିଲା ।

    ଅବସରପ୍ରାପ୍ତ ବରିଷ୍ଠ ସୈନିକ  ସଚ୍ଚିକାନ୍ତ ନାଥ, ଖାନନଗର ପୂର୍ବାଞ୍ଚଳ ସମ୍ପାଦକ  ପ୍ରଫୁଲ କୁମାର ସାହୁ, ସ୍ୱର୍ଗଧାମର ପ୍ରତିଷ୍ଠାତା  ଶରତ କୁମାର ସାହୁଙ୍କ ସମେତ ଅନେକ ଅବସରପ୍ରାପ୍ତ ବରିଷ୍ଠ ସୈନିକ ସହିଦଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରିବା ସହ ଦୀପଦାନ କରିଥିଲେ । ବିଶ୍ୱରେ ଲାଗି ରହିଥିବା ଯୁଦ୍ଧର ଅନ୍ତ ଓ ବିଶ୍ୱ ଶାନ୍ତି ପାଇଁ  ନୀରବ ପାର୍ଥନା କରା ଯାଇଥିଲା । ଏହି ଅବସରରେ ସ୍ୱର୍ଗଧାମର ପ୍ରତିଷ୍ଠାତା  ଶରତ କୁମାର ସାହୁ ଶିଶୁ ସ୍ମଶାନ ସ୍ୱପ୍ନର ଗଙ୍ଗା ନିର୍ମାଣ ନେଇ ସମ୍ୟକ ଭାବେ ବିବରଣୀ ପ୍ରଦାନ କରିଥିଲେ । ଉପସ୍ଥିତ ଥିବା ଅବସର ପ୍ରାପ୍ତ ବରିଷ୍ଠ ସୈନିକ ସମୁହ ଏଥିରେ ତାଙ୍କୁ ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ଦେଇଥିଲେ । ପବିତ୍ର ନାୟକଙ୍କ ତତ୍ୱାବଧାନରେ   ପବିତ୍ର ଏଣ୍ଟରଟେନମେଣ୍ଟ ତରଫରୁ ସ୍ୱର୍ଗଧାମକୁ ନେଇ ପ୍ରସ୍ତୁତ ବୃତ୍ତଚିତ୍ର ପଦର୍ଶନ କରାଯିବା ସହ ସହିଦଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପରେ ପରିଚାଳନା କରିବାରେ ମିହିର କୁମାର ସାହୁ, ରେସ୍ମା ମହାରଣା, ମହେଶ୍ୱର ମଲିକ, ପଙ୍କଜ ସାହୁ ଏବଂ ପ୍ରଶାନ୍ତ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    70 %
    2.3kmh
    0 %
    Fri
    25 °
    Sat
    39 °
    Sun
    37 °
    Mon
    37 °
    Tue
    38 °

    ସମ୍ବନ୍ଧିତ