Monday, November 24, 2025
17.4 C
Odisha

    ମମତାଙ୍କୁ କଡା ସମାଲୋଚନା କଲେ ପ୍ରଭାତି: କହିଲେ ମହିଳାଙ୍କୁ ନିରାଶ କରିଛି ବୟାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପଶ୍ଚିମବଙ୍ଗ ଦୁର୍ଗାପୁରରେ ଜଣେ ଓଡ଼ିଶା ଏମବିବିଏସ୍‍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମମତା ବାନାର୍ଜୀଙ୍କ ବୟାନକୁ ନେଇ ରାଜନୀତି ଜୋର ଧରିଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମମତାଙ୍କୁ ଟାର୍ଗେଟ କରିବା ସହ କଡା ସମାଲୋଚନା କରିଛନ୍ତି ।

    ପ୍ରଭାତି କହିଛନ୍ତି ମହିଳାଙ୍କୁ ନିରାଶ କରିଛି ମମତା ବାନାର୍ଜୀଙ୍କ ଭଳି ଜଣେ ମହିଳା ନେତୃତ୍ୱ ଓ ଦିଦି ନାମରେ ପରିଚିତ ପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ –“ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ । କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳାରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି । ପୀଡିତାକୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତିକ ଅସମାନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ । ଆଉ ଯଦି ଓଡ଼ିଆ ଝିଅ ପୀଡିତା ବୋଲି ଦରଦ ନାହିଁ, ଓଡ଼ିଶା ସରକାରଙ୍କୁ ଲେଖି ଦିଅନ୍ତୁ । ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଛିପାରିବୁ । ଲଜ୍ଜାବୋଧ ନରହିବା ଅତ୍ୟନ୍ତ ନିନ୍ଦନୀୟ । ମହିଳା ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଯଦି ସମବେଦନା, ସୁରକ୍ଷା, ଅଧିକାର ଝିଅମାନେ ଆଶା କରିବେନି ତାହାହେଲେ କରିବେ କାହାଠାରୁ ବୋଲି ପ୍ରଭାତି ପରିଡା ପ୍ରଶ୍ନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.4 ° C
    17.4 °
    17.4 °
    58 %
    1.5kmh
    2 %
    Sun
    17 °
    Mon
    27 °
    Tue
    27 °
    Wed
    26 °
    Thu
    24 °

    ସମ୍ବନ୍ଧିତ