Tuesday, October 13, 2026
26.9 C
Odisha

    ବିହାରରେ ଏନ୍‌ଡିଏର ଆସନ ବଣ୍ଟନ ଘୋଷଣା: ବିଜେପି-୧୦୧, ଜେଡିୟୁ-୧୦୧

    ଆଗକୁ ପଢନ୍ତୁ

    ପାଟନା : ବିହାର ବିଧାନସଭା ନିର୍ବାଚନ-୨୦୨୫ ପାଇଁ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଆସନ ବଣ୍ଟନ ସଂକ୍ରାନ୍ତ ଚୂଡ଼ାନ୍ତ ଘୋଷଣା କରିଛି। ଏହି ଘୋଷଣା ଅନୁସାରେ, ବିହାର ବିଧାନସଭାର ମୋଟ ୨୪୩ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ପ୍ରତ୍ୟେକ ୧୦୧ଟି ଲେଖାଏଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ନେତା ଚିରାଗ ପାସୱାନଙ୍କୁ ୨୯ଟି ଆସନ ଦିଆଯାଇଥିବା ବେଳେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି)କୁ ୬ ଆସନ ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଏଚ୍‌ଏଏମ୍‌)କୁ ମଧ୍ୟ ୬ଟି ଆସନ ମିଳିଛି।

    ଏହି ଆସନ ବଣ୍ଟନ ଏନ୍‌ଡିଏର ରଣନୀତିକ ଯୋଜନାକୁ ସୂଚାଉଥିବା ବେଳେ ଏହାକୁ ନେଇ ସବୁ ଅଂଶୀଦାର ଦଳଙ୍କ ପୂର୍ଣ୍ଣ ସହମତି ରହିଛି ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ମେଣ୍ଟ ଆସନ ବଣ୍ଟନରେ ସନ୍ତୁଳନ ରକ୍ଷା କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିବା ଜଣାପଡ଼ିଛି। ଚିରାଗ ପାସୱାନଙ୍କ ଏଲ୍‌ଜେପି ପାଇଁ ୨୯ଟି ଆସନ ମିଳିବା ତାଙ୍କ ଦଳର ବିହାର ରାଜନୀତିରେ ବଢୁଥିବା ପ୍ରଭାବକୁ ଦର୍ଶାଉଛି। ଅନ୍ୟପକ୍ଷରେ, ଉପେନ୍ଦ୍ର କୁଶୱାହାଙ୍କ ଆର୍‌ଏଲ୍‌ଏସ୍‌ପି ଏବଂ ଜିତନ ରାମ ମାଂଝୀଙ୍କ ଏଚ୍‌ଏଏମ୍‌କୁ ରଣନୀତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଆସନ ଦିଆଯାଇଛି। ରାଜ୍ୟରେ ମହାମେଣ୍ଟ (ଆର୍‌ଜେଡି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ) ବିରୋଧରେ ସଫଳ ମୁକାବିଲା ପାଇଁ ଏନ୍‌ଡିଏ ଜାତି ଏବଂ ଅନ୍ୟ ସାମାଜିକ ସମୀକରଣକୁ ଦୃଷ୍ଟିରେ ରଖି ଆସନ ବୁଝାମଣା ଚୂଡ଼ାନ୍ତ କରିଥିବା କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.9 ° C
    26.9 °
    26.9 °
    74 %
    2.2kmh
    55 %
    Tue
    26 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ