Monday, October 21, 2024
21.9 C
Odisha

    ମର୍କତନଗର: ବାପା ହାତରେ ଜଞ୍ଜିର ବାନ୍ଧି ପୁଅ ଦେଉଥିଲା ନିର୍ଯାତନା

    ଆଗକୁ ପଢନ୍ତୁ

    କଟକ: ସାଟେଲାଇଟ୍ ସହର ମର୍କତନଗର ସେକ୍ଟର-୭ ଅଞ୍ଚଳରେ ଥିବା ନଦୀକୂଳ ବସ୍ତିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ବାପାକୁ ଗତ ୧ ମାସ ହେବ ହାତ ଓ ଗୋଡରେ ଜଞ୍ଜିର୍ ପକାଇ ମାଡ ମାରୁଥିଲା ପୁଅ । ପୁଅ ଏବଂ ବୋହୂ ମିଶି ବୃଦ୍ଧ ବାପାକୁ ଘରୁ ତଡ଼ି ଦେବା ପାଇଁ ଚାହୁଁଥିଲେ । ବୃଦ୍ଧ ନିରାଶ ହୋଇ ଘରେ ପଡ଼ି ରହିଥିଲେ । ତାଙ୍କୁ ଜୀବନରୁ ମାରି ଦେବାକୁ ଚାହୁଁଥିବା ପୁଅ ଓ ବୋହୂ ଏକ ଗୁଣିଆ ଠାରୁ ଏକ ପ୍ରକାର ବିଷାକ୍ତ ପଦାର୍ଥ ଆଣି ବୃଦ୍ଧଙ୍କୁ ଜବରଦସ୍ତୀ ଖାଇବାକୁ ଦେଉଥିବା ଉଦ୍ଧାର ସମୟରେ ବୃଦ୍ଧ ଜଣକଙ୍କ ପ୍ରକାଶ କରିଛନ୍ତି । ଆଜି ସନ୍ଧ୍ୟାରେ ବୃଦ୍ଧ ଜଣକ ଜୋରରେ ଚିତ୍କାର କରିବାରୁ ପଡ଼ୋଶୀ ଶୁଣିବାକୁ ପାଇଥିଲେ । ଏହା ପରେ ମର୍କତନଗର ଥାନା ପୁଲିସକୁ ଖବର ଦେବା ସହିତ ଘରର କବାଟ ଭାଙ୍ଗି ବୃଦ୍ଧ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ବୃଦ୍ଧ ଜଣଙ୍କ ପୁଅ ଓ ବୋହୂଙ୍କ ନାମରେ ଏଭଳି ସଂଗୀନ ଅଭିଯୋଗ କରିଛନ୍ତି ।
    ଘଟଣାରୁ ପ୍ରକାଶ ଯେ ବସନ୍ତ କୁମାର ମହାରଣା ସିଡିଏ ସେକ୍ଟର-୭ ଅଞ୍ଚଳର କାଠଯୋଡି ବିହାର ବସ୍ତିରେ ପୁଅ ପ୍ରକାଶ କୁମାର ମହାରଣା ଓ ବୋହୂ କାନନବାଳା ମହାରଣାଙ୍କ ନିକଟରେ ୧୦ବର୍ଷ ହେବ ରହି ଆସୁଥିଲେ । ପ୍ରକାଶ ସିଡିଏର ଜଣେ ଡାକ୍ତରଙ୍କ ଘରେ କାର୍ ଡ୍ରାଇଭର ଭାବେ କାମ କରେ । ନିଜର ମଧ୍ୟ ଏକ କାର୍ ରହିଥିବା ବେଳେ ତାହାକୁ ଭଡାସୂତ୍ରରେ ଲଗାଏ । ତେବେ ଦୀର୍ଘ ବର୍ଷ ହେବ ବୃଦ୍ଧ ବାପାକୁ ପ୍ରକାଶ ଓ କାନନବାଳା ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ବୃଦ୍ଧ ବାପାର ଟଙ୍କା ଓ ଜମି ନେବା ଲୋଭରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ତେବେ ଗତ ୩ ଦିନ ହେବ ବସନ୍ତଙ୍କ ଉପରେ ଅତ୍ୟାଚାର ବଢ଼ିଥିଲା । ପୁଅ ପ୍ରକାଶ ହାତ ଓ ଗୋଡରେ ଜଞ୍ଜିର ବାନ୍ଧି ଗୋଟିଏ ଘରେ ବନ୍ଦି କରି ରଖିଥିଲା । ଜୀବନରୁ ମାରିଦେବାକୁ ଚକ୍ରାନ୍ତ କରିଥିଲା ବୋଲି ଉଦ୍ଧାର ବାପା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି । ପୁଲିସ ଓ ସ୍ଥାନୀୟ ଲୋକ ବସନ୍ତଙ୍କୁ ଉଦ୍ଧାର କରି ଜଣେ ସମ୍ପର୍କୀୟଙ୍କ ଘରେ ରଖିଛନ୍ତି । ଅନ୍ୟପଟେ ପୁଅ ପ୍ରକାଶ ଓ ବୋହୂ କାନନବାଳା ଘଟଣା ପର ଠାରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଉଦ୍ଧାର କରିଥିବା ସମ୍ପର୍କୀୟ ଅଞ୍ଜନ କୁମାର ଦାସ କହିଛନ୍ତି ଯେ, ଗାଁରେ ରହିଥିବା ସମ୍ପତ୍ତି ପାଇଁ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ପ୍ରାୟ ସମୟରେ ଝଗଡ଼ା ହୋଇଥାଏ । ଗତ ମାସରେ ବସନ୍ତ ପୁଅର ଅକଥନୀୟ ଅତ୍ୟାଚାର ସହି ନ ପାରି ମର୍କତନଗର ଥାନାରେ ଏତଲା ଦେଇଥିଲେ । ପୁଲିସ ପୁଅ ଓ ବାପାଙ୍କ ମଧ୍ୟରେ ଆପୋଷ ସମାଧାନ କରି ଉଭୟଙ୍କୁ ଛାଡିଥିଲା । ହେଲେ ପ୍ରକାଶ ତା’ ବାପାକୁ ଜୀବନରୁ ମାରି ଦେବା ପାଇଁ ଚକ୍ରାନ୍ତ କରୁଥିବା ପୁଲିସ ଜାଣିବାକୁ ପାଇଛି । ମର୍କତନଗର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.9 ° C
    21.9 °
    21.9 °
    89 %
    1.2kmh
    99 %
    Sun
    22 °
    Mon
    30 °
    Tue
    29 °
    Wed
    28 °
    Thu
    28 °

    ସମ୍ବନ୍ଧିତ