Friday, February 6, 2026
17.5 C
Odisha

    ମର୍ସିଡିଜ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ, ଅନ୍ୟ ୨ ଆହତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରୁ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟାଇଥିଲାବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମର୍ସିଡିଜ କାର୍ ସେହି ୩ ଜଣଙ୍କୁ ଧକ୍କା ଦେବା ଫଳରେ ଏପରି ଘଟଣା ଘଟିଥିବା ଜଣାପଡିଛି । ପୋଲିସ ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

    ସୂଚନାନୁଯାୟୀ, ଧକ୍କା ଦେଇଥିବା କାର୍ ଡ୍ରାଇଭର ଜଣକ ଏକ ମ୍ୟାରେଜ୍ ଫକ୍ସନରୁ ଫେରୁଥିଲେ । ଡ୍ରାଇଭରଙ୍କ ଅସାବଧାନତା ପାଇଁ ଏପରି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ମୃତକ ଏବଂ ଗାଡ଼ି ଚାଳକଙ୍କ ପରିଚୟ ଚିହ୍ନଟ କରିଛି ପୋଲିସ । ଏଥିସହ କାର୍ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି । ଏହା ବ୍ୟତୀତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.5 ° C
    17.5 °
    17.5 °
    50 %
    1.5kmh
    0 %
    Thu
    18 °
    Fri
    30 °
    Sat
    31 °
    Sun
    32 °
    Mon
    32 °

    ସମ୍ବନ୍ଧିତ