Thursday, September 11, 2025
24.3 C
Odisha

    ମହଙ୍ଗା ପଡ଼ିଲା ନକଲି ଦସ୍ତାବିଜ, ଜାଲି ଅଧ୍ୟାପକଙ୍କ ବିରୁଦ୍ଧରେ ଉଚ୍ଚଶିକ୍ଷା ବିଭାଗର ଆକ୍ସନ

    ଆଗକୁ ପଢନ୍ତୁ

    ଉଦଳା: ମହଙ୍ଗା ପଡ଼ିଲା ନକଲି ଦସ୍ତାବିଜ ଦେଇ ଅଧ୍ୟାପକ ଚାକିରି । ଜାଲି ଅଧ୍ୟାପକଙ୍କ ବିରୁଦ୍ଧରେ ଆକ୍ସନ । ଅଧ୍ୟାପକଙ୍କ ଠାରୁ ଗ୍ରାଣ୍ଟ-ଇନ-ଏଡର ସୁବିଧା ଉଠାଇଲା ଉଚ୍ଚଶିକ୍ଷା ବିଭାଗ । ଠକାମି କରି ନେଇଥିବା ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧ୍ୟାପକ ଜଣକ ହେଲେ ଉଦଳା କଲେଜର ଜୁଲୋଜି ବିଭାଗର ପ୍ରଭାକର ସାହୁ । ସେ ୧୯୯୩ ମସିହାରେ ପିଜି ପାସ୍ କରିଛନ୍ତି । କିନ୍ତୁ ୧୯୯୨ ମସିହାରେ ଅଧ୍ୟାପକ ଭାବେ ଚାକିରିରେ ନିଯୁକ୍ତ ହୋଇଥିଲେ । ଜାଲ ଦସ୍ତାବିଜ୍ ଦେଇ ସମସ୍ତଙ୍କୁ ଭୁଆଁ ବୁଲାଇଥିଲେ।

    ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ମଧ୍ୟ ନେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଚାଲିଥିଲା । ଚାକିରିରେ ନିଯୁକ୍ତି ବେଳକୁ ପିଜି ପାସ୍ କରିଥିବା ନେଇ କୌଣସି ତଥ୍ୟ ଦେଇପାରିନଥିଲେ ଅଧ୍ୟାପକ । ଫଳରେ ତାଙ୍କ ଠାରୁ ଗ୍ରାଣ୍ଟ-ଇନ-ଏଡ ସୁବିଧା ଉଠାଇନେଇଛି ଉଚ୍ଚଶିକ୍ଷା ବିଭାଗ । ଏହାସହ ଠକାମୀ କରି ନେଇଥିବା ସମସ୍ତ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    88 %
    0.9kmh
    100 %
    Thu
    31 °
    Fri
    31 °
    Sat
    30 °
    Sun
    32 °
    Mon
    30 °

    ସମ୍ବନ୍ଧିତ