Tuesday, September 8, 2026
25.2 C
Odisha

    ମହଙ୍ଗା ପଡିଲା ଥାର୍ଡ ଡିଗ୍ରୀ, ନିଲମ୍ବିତ ହେଲେ ଦୁଇ ଅବକାରୀ ଅଧିକାରୀ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀ ନିଲମ୍ବନ ହୋଇଛନ୍ତି । ଚୋରାମଦ ବିକ୍ରି ନେଇ ଅଭିଯୋଗ କରିଥିବା ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିବା ଘଟଣାରେ ନିଲମ୍ବନ ହୋଇଛନ୍ତି । ନିଲମ୍ବିତ ଅଧିକାରୀ ହେଲେ ଅବକାରୀ SI ଛାୟାକାନ୍ତ ନାୟକ, ଅବକାରୀ କମିଶନର ASI ପ୍ରଦୀପ ମଲ୍ଲିକ । ସହକାରୀ କମିଶନର ଓ ଅବକାରୀ ବିଭାଗର ଅଧିକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଦୁଇ ଜଣଙ୍କୁ ଅବକାରୀ କମିଶନର ନିଲମ୍ବିତ କରାଯାଇଛି । ଏନେଇ ସୂଚନା ଦେଲେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ।

    ଗତ ୨୮ ତାରିଖରେ ରାଜନଗର ବାରଦିଆରେ ଚୋରାମଦ ବିକ୍ରି ନେଇ ଅଭିଯୋଗ କରିଥିଲେ ସ୍ଥାନୀୟ ଅଞ୍ଚଳର ବିନୋଦ କୁମାର ଦାସ । ଏହି ଘଟଣାରେ ଚଢାଉ ବେଳେ ଫଟୋ ଉଠାଇବାରୁ ଅବକାରୀ ଅଧିକାରୀ ମାଡ ମାରିଥିବା ଅଭିଯୋଗ କରିଥିଲେ ବିନୋଦ । ଏହା ପରେ ଦୁଇ ଅଧିକାରୀଙ୍କ ବଦଳି ହୋଇଥିଲା । ତେବେ ସେମାନଙ୍କୁ ନିଲମ୍ବିତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    90 %
    1.5kmh
    96 %
    Tue
    25 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ