Wednesday, March 26, 2025
33.2 C
Odisha

    ମହାଆଡମ୍ବରରେ ଚାଲିଛି ଶ୍ରୀ ଶ୍ରୀ ବ୍ରହ୍ମେଶ୍ଵର ମହାଦେବଙ୍କ ନୂତନ ମନ୍ଦିର ଓ ଲିଙ୍ଗ ପ୍ରତିଷ୍ଠା ମହୋତ୍ସବ

    ଆଗକୁ ପଢନ୍ତୁ

    ଭଦ୍ରକ : ଘଣ୍ଟ ଘଣ୍ଟାରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ଜମିଛି ଲୋକଙ୍କ ଗହଳି ଆଉ ଏହାରି ଭିତରେ ଚାଲିଛି ବିରାଟ ଶୋଭାଯାତ୍ରା । ଚାରିଆଡ଼େ ଭକ୍ତିମୟ ପରିବେଶ । ବେଦ ଓ ମନ୍ତ୍ର ପାଠରେକୁ ଆଧ୍ୟାତ୍ମିକ ପରିବେଶ । ଭଦ୍ରକ ବ୍ଲକ ଅଧିନସ୍ଥ ସାହାଡ଼ା ପଞ୍ଚାୟତର ରାଉତ ସାହି ଠାରେ ଶ୍ରୀ ଶ୍ରୀ ବ୍ରହ୍ମେଶ୍ଵର ମହାଦେବଙ୍କ ନୂତନ ମନ୍ଦିର ଓ ଲିଙ୍ଗ ପ୍ରତିଷ୍ଠା ମହୋତ୍ସବ ମହାଆଡମ୍ବର ସହିତ ଆରମ୍ଭ ହୋଇଛି ।

    ଏହି ମହୋତ୍ସବ ଏଠାରେ ୫ଦିନ ଧରି ଚାଲିବ । ଏହି ଉପଲକ୍ଷେ ଏକ ମହାଯଜ୍ଞ ଅନୁଷ୍ଠିତ ହେଉଛି । ତେଣୁ ମହାଯଜ୍ଞରେ କଳସ ସ୍ଥାପନ ପାଇଁ ଏକ ବିଶାଳ କଳସ ଶୋଭାଯାତ୍ରା ମନ୍ଦିର ନିକଟରୁ ବାହାରିଥିଲା । ଏଠାରେ ଶହ ଶହ ସଂଖ୍ୟାରେ ମହିଳା ମାନେ ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

    କଳସ ବୁଡାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ ମହିଳାମାନେ  । ତେବେ ଗାଁରେ ନୂତନ ମନ୍ଦିର ପ୍ରତିଷ୍ଠା ହେଉଥିବାରୁ ଏକ ଆଧ୍ୟାତ୍ମିକ ବାତାବରଣ ଦେଖାଯାଇଛି । ଗାଁ ଲୋକମାନେ ସମସ୍ତେ ଏକାଠି ହୋଇ ଉତ୍ସବରେ ସାମିଲ ହେବା ସହିତ ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ।

    ଠାକୁରଙ୍କ ଯଜ୍ଞ ଉତ୍ସବ ଶେଷ ନ ହେବା ପର୍ଯ୍ୟନ୍ତ ଗ୍ରାମରେ ସମସ୍ତେ ଏଭଳି ଏକାଠି ହୋଇ ମହୋତ୍ସବରେ ପୂର୍ଣ୍ଣ ସହଯୋଗ କରିବେ  ।  ତେବେ ଏଥିରେ ସାମିଲ ହୋଇ ଭଗବାନଙ୍କ ସାନିଧ୍ୟ ପାଇବା ସହିତ ଠାକୁରଙ୍କ ଯଜ୍ଞ ଉତ୍ସବରେ ନିଜକୁ ସାମିଲ୍ କରି କୃତାର୍ଥ ମନେ କରିଥିବା କହିଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.2 ° C
    33.2 °
    33.2 °
    12 %
    1.6kmh
    5 %
    Wed
    38 °
    Thu
    40 °
    Fri
    41 °
    Sat
    41 °
    Sun
    41 °

    ସମ୍ବନ୍ଧିତ