Sunday, August 9, 2026
26 C
Odisha

    ମହାକାଳଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୬ ଜୀବନ

    ଆଗକୁ ପଢନ୍ତୁ

    ଉଜ୍ଜୈନ : ମଧ୍ୟପ୍ରଦେଶ ଧାର ଜିଲ୍ଲା ବଦନାବର-ଉଜ୍ଜୈନ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ଗ୍ରାମ ପଞ୍ଚକବାସା ନିକଟରେ ଅପରାହ୍ନ ୧ଟାରେ ହୋଇଥିବା ଜଣାପଡିଛି । ଏକ ଦ୍ରୁତଗାମୀ ଡମ୍ପର ସହିତ ମାରୁତି ଇକୋ ଭ୍ୟାନ୍ ଭୟଙ୍କର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଭ୍ୟାନ୍ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗାଡ଼ିରେ ଥିବା ୬ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ ସିଭିଲ ହସପିଟାଲରେ ଭର୍ତ୍ତି କରାଯାଇଛି ।

    ଖବର ମୁତାବକ, ଦୁର୍ଘଟଣା ଭୁଲ୍ ଲେନରେ ଥିବା ଯୋଗୁଁ ହୋଇଛି । କାରରେ ଥିବା ସମସ୍ତ ଯୁବକ ଗୁଜରାଟ ଭଦୋଦରାର ବାସିନ୍ଦା । ଏମାନେ ଉଜ୍ଜୈନ ମହାକାଳ ଦର୍ଶନ କରିବା ପରେ ଗୁଜରାଟ ଫେରୁଥିଲେ । ଏହି ସମୟରେ ରଙ୍ଗ ସାଇଡରୁ ଆସୁଥିବା ଗାଡ଼ି ଧକ୍କା ଦେଇଥିଲା । ଦୁର୍ଘଟଣାରେ ଭ୍ୟାନରେ ଥିବା ୬ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

    ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ପୋଲିସ ଦୁର୍ଘଟଣା ବିଷୟରେ ଯାଞ୍ଚ ଆରମ୍ଭ କରିଛି । ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ ପାଇଁ ଅସୁବିଧା ଦେଖାଦେଇଥିଲା । ପୋଲିସ ଦୁର୍ଘଟଣା ସ୍ଥଳରୁ ଗାଡ଼ିକୁ ହଟାଇବା ପରେ ଯାତାୟତ ସୁଗମ ହୋଇଥିଲା । ତେବେ ଘଟଣାରେ ଗୁରୁତର ଥିବା ଯୁବକଙ୍କ ଚିକିତ୍ସା ଚାଲିଛି । ପୋଲିସ ମାମଲାର ଯାଞ୍ଚ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    89 %
    0.7kmh
    100 %
    Sun
    26 °
    Mon
    27 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ