Monday, September 28, 2026
23.6 C
Odisha

    ମହାକୁମ୍ଭର ସଫେଇ କର୍ମଚାରୀଙ୍କୁ ସମ୍ବୋଧିତ କରିବେ ଯୋଗୀ ଆଦିତ୍ୟନାଥ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ୍‌: ମହାକୁମ୍ଭରେ ପବିତ୍ର ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା  ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ୧୩ ଜାନୁଆରିରୁ ଏପର୍ଯ୍ୟନ୍ତ ୬୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଛନ୍ତି। ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନଙ୍କର ବହୁସଂଖ୍ୟାରେ ଭିଡ ଥାଇ ମଧ୍ୟ ସଙ୍ଗମ ସ୍ଥଳ ସଫାସୁତୁରା ଏବଂ ଅନ୍ୟ ବ୍ୟବସ୍ଥା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ  ଖୁବ୍‌ ଭଲରେ ପରିଚାଳନା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମହାକୁମ୍ଭରେ ସଫାସୁତୁରା କରୁଥିବା କର୍ମଚାରୀଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସଫେଇକର୍ମଚାରୀଙ୍କୁ ସମ୍ମାନୀତ କରିବା ପାଇଁ ଘୋଷଣା କରିଛନ୍ତି। ପ୍ରୟାଗରାଜ କୁମ୍ଭମେଳା ଶେଷ ହେବାକୁ ଆଉ ମାତ୍ର ୪ ଦିନ ରହିଲା । ଆସନ୍ତା ମହାଶିବରାତ୍ରୀରେ ଶେଷ ସ୍ନାନ କରିବେ ଶ୍ରଦ୍ଧାଳୁ । ତେବେ ଶେଷ ସ୍ନାନ ପାଇଁ ମହାକୁମ୍ଭରେ ଭିଡ଼ ଆହୁରି ବଢିବାରେ ଲାଗିଛି । ଗତ ୪ ଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ତିନି ଥର ପ୍ରୟାଗରାଜ ପହଞ୍ଚି ତଦାରଖ କରିସାରିଛନ୍ତି । କେବେ ସାଧୁ ସନ୍ଥଙ୍କ ସହ ସାକ୍ଷାତ କରୁଛନ୍ତି ଆଉ କେବେ ଅଧିକାରୀମାନଙ୍କ ସହ ବୈଠକ କରୁଛନ୍ତି । ୟୁପି ସରକାର ସନାତନ ଧର୍ମର ଏହି ବଡ ଆୟୋଜନରେ ପୂରା ଶକ୍ତି ଲଗାଇଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ