Monday, August 24, 2026
24.5 C
Odisha

    ମହାକୁମ୍ଭ ୨୦୨୫: ମେଗା ଆୟୋଜନ ପାଇଁ ପ୍ରୟାଗରାଜ ପ୍ରସ୍ତୁତ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହାକୁମ୍ଭ ୨୦୨୫ ଆୟୋଜନ ପାଇଁ ପ୍ରୟାଗରାଜ ପ୍ରସ୍ତୁତ। ସାମୂହିକ ଧାର୍ମିକ ସମାବେଶରେ କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଉତ୍ତରପ୍ରଦେଶ ପୁଲିସ ଏକ ସାତସ୍ତରୀୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଛି। ମହାକୁମ୍ଭମେଳାକୁ ସୁରୁଖୁରୁରେ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ଚେକିଂ ଅଭିଯାନ ଆରମ୍ଭ କରାଯାଇଛି। ସୁରକ୍ଷା ବଢ଼ାଇବା ପାଇଁ ୨,୭୦୦ରୁ ଅଧିକ ଏଆଇ-ସକ୍ଷମ କ୍ୟାମେରା ମଧ୍ୟ ଲଗାଯାଇଛି।

    ମହାକୁମ୍ଭ ପାଇଁ ରାଜ୍ୟ ସରକାର ୧୨୫ଟି ରୋଡ୍ ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନ୍ସ ନିୟୋଜିତ କରିଛନ୍ତି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ୧୨୫ଟି ରୋଡ୍ ଆମ୍ବୁଲାନ୍ସରେ ୧୫ଟି ଆଡଭାନ୍ସ ଲାଇଫ୍ ସପୋର୍ଟ (ଏଏଲ୍ଏସ୍) ବ୍ୟବସ୍ଥା କରାଯାଇଛି। ଏଥିସହ ଏୟାର ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନ୍ସ ମଧ୍ୟ ମୁତୟନ କରାଯାଇଛି। ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ସରକାର ଉପଯୁକ୍ତ ବ୍ୟବସ୍ଥା କରିଛନ୍ତି।

    ସେପଟେ ବହୁ ପ୍ରତୀକ୍ଷିତ ମହାକୁମ୍ଭ ମେଳା ପାଖେଇ ଆସୁଥିବା ବେଳେ ପ୍ରୟାଗରାଜରେ ଆଧ୍ୟାତ୍ମିକ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି। ନିରଞ୍ଜନୀ ଆଖଡ଼ା, ଅଟଳ ଆଖଡ଼ା, ମହାନିର୍ବାଣୀ ଆଖଡ଼ା, ଅହୱାନ ଆଖଡ଼ା ଓ ସନ୍ନ୍ୟାସୀ ପରମ୍ପରାର ସର୍ବବୃହତ୍ ଜୁନା ଆଖଡ଼ା ସମେତ ଅନେକ ପ୍ରମୁଖ ଆଖଡ଼ାରୁ ସାଧୁମାନେ ଶିବିରସ୍ଥଳରେ ପହଞ୍ଚି ସାରିଛନ୍ତି। ୧୨ ବର୍ଷ ପରେ ମହାକୁମ୍ଭ ପାଳନ କରାଯାଉଛି ଏବଂ ଏଥିପାଇଁ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ମହାକୁମ୍ଭ ସମୟରେ ଭକ୍ତମାନେ  ସଙ୍ଗମସ୍ଥଳରେ ବୁଡ଼ ପକାଇଲେ ପାପ ଦୂର ହୋଇଯାଏ ଓ ମୋକ୍ଷ ମିଳେ ବୋଲି ବିଶ୍ୱାସ କରାଯାଏ। କୁମ୍ଭର ମୁଖ୍ୟ ସ୍ନାନ (ଶାହି ସ୍ନାନ) ଜାନୁଆରି ୧୪ (ମକର ସଂକ୍ରାନ୍ତି), ଜାନୁଆରି ୨୯ (ମୌନୀ ଅମାବାସ୍ୟା) ଓ ଫେବ୍ରୁଆରି ୩ (ବସନ୍ତ ପଞ୍ଚମୀ)ରେ ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    96 %
    1.8kmh
    98 %
    Mon
    25 °
    Tue
    29 °
    Wed
    29 °
    Thu
    25 °
    Fri
    28 °

    ସମ୍ବନ୍ଧିତ