Monday, November 16, 2026
17.6 C
Odisha

    ୱାଇ.ଏମ.ସି.କପ. କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ୱାଇ.ଏମ.ସି. ବିଜୟୀ

    ଆଗକୁ ପଢନ୍ତୁ

    ନୂଆପଡା : ନୂଆପଡା ଜିଲ୍ଲା ସଦର ମହକୁମା ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୩ ତମ ସର୍ବ ଭାରତୀୟ ୱାଇ.ଏମ.ସି.କପ. କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ଖେଳ ରାଇଜିଙ୍ଗ ଷ୍ଟାର କଟକ ଏବଂ ମେଜବାନ ଦଳ ୱାଇ.ଏମ.ସି. ନୂଆପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୱାଇ.ଏମ.ସି. ନୂଆପଡ଼ା ବିଜୟୀ ହୋଇଛି । ନୂଆପଡ଼ା ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୩୦ ଓଭର ରେ ୮ ୱିକେଟ ବିନିମୟରେ ୧୬୬ ରନ ଲକ୍ଷ ଦେଇଥିଲେ। ଏହାର ଜବାବ ରେ ରାଇଜିଙ୍ଗ ଷ୍ଟାର କଟକ ୨୫ ଓଭାର ୦୫ ବଲ ରେ ସମସ୍ତ ୱିକେଟ ହରାଇ ୧୧୪ ରନ ସଂଗ୍ରହ କରିଥିଲେ। ୱାଇ.ଏମ.ସି. ନୂଆପଡ଼ା ୫୨ ରନ ରେ ବିଜୟୀ ହୋଇଛନ୍ତି। ଆସିକ ରେହମାନଙ୍କୁ ମେନ ଅଫ୍ ଦା ମେଚ ଟ୍ରଫି ଆୟୁଷ୍ମାନ ଗୁପ୍ତା ପ୍ରଦାନ କରିଛନ୍ତି। ତୃତୀୟ ଦିନରେ ଦିନରେ ଅତିଥି ରୂପେ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ସିଭିଲବାର ସଂଘ ସଭାପତି ସୁଶାନ୍ତ ପତି, ଓକିଲ ସଂଘ ସଭାପତି କ୍ଷିତିଶ ବୋଧନକର, ବରିଷ୍ଠ ଆଇନଜୀବି ପ୍ରକାଶ ସ୍ବାଇଁ,ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଳକର ଯୋଗଦେଇଥିଲେ। ଆମ୍ପାୟାର ରୂପେ ବିଶ୍ୱଜିତ୍ ପୁରୋହିତ ଏବଂ ନାରାୟଣ ମେହେର ଦାୟିତ୍ବ ନିର୍ବାହ କରିଥିଲେ। ଆଜି ଖେଳର ଧାରା ବିବରଣୀ ଜୟ କିଶନ ସୁନାନୀ, ମୁକେଶ ସହିଶ ପ୍ରଦାନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.6 ° C
    17.6 °
    17.6 °
    81 %
    1.2kmh
    86 %
    Mon
    27 °
    Tue
    26 °
    Wed
    25 °
    Thu
    21 °
    Fri
    19 °

    ସମ୍ବନ୍ଧିତ