Friday, September 11, 2026
27.3 C
Odisha

    ମହାନଦୀରେ ଆଉ ବଢ଼ିବନି ପାଣି, ଟଳୁଛି ବଡ଼ ବନ୍ୟା ଆଶଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହାନଦୀରେ ଆଉ ବଢ଼ିବନି ପାଣି । ଟଳୁଛି ବଡ଼ ବନ୍ୟା ଆଶଙ୍କା । ତେବେ ତଳମୁଣ୍ଡରେ ଜଳବନ୍ଦି ସ୍ଥିତି ଦେଖାଯିବ । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା, ଦୁଇ ଦିନ ତଳେ ଥିଲା ସର୍ବାଧିକ ବନ୍ୟା । ଆଉ ପାଣି ବଢ଼ିବାର ଆଶଂକା ନାହିଁ । ହୀରାକୁଦରେ ଏବେ ୬୨୫ ଫୁଟ ପାଣି ଅଛି । ଉପରମୁଣ୍ଡରୁ ପାଣି କମିଛି । ଗତକାଲି ୨୨ ଗେଟ ଖୋଲା ଥିଲା । ଆସନ୍ତା ଦୁଇ ଦିନ ଯାଏଁ କୌଣସି ଗେଟ ବନ୍ଦ ହେବନି ।

    ଏହି ୨୨ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେବ । ଆସନ୍ତା ତିନି ତାରିଖରେ ୬୧୮ ଫୁଟକୁ ଖସିବ ହୀରାକୁଦ ଜଳସ୍ତର । ମୁଣ୍ଡଳୀରେ ଆଦୌ ବନ୍ୟା ନଥିବା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ତେବେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଜଳବନ୍ଦି ପରିସ୍ଥିତି ଦେଖାଯିବ ।

    ବର୍ଷା ନ ହେବା ଯାଏଁ ମହାନଦୀକୁ ଆଉ ବନ୍ୟା ନାହିଁ । ହୀରାକୁଦ ଜଳଭଣ୍ଡାରକୁ ୩ ଦିନ ଭିତରେ SOP ଅନୁସାରେ ଖାଲି କରାଯିବ । ସେହିପରି ବୈତରଣୀ ସମେତ ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି । ସବୁ ନଦୀ ବିପଦ ସଂକେତ ତଳକୁ ଆସିଲାଣି। ବ୍ରାହ୍ମଣୀରେ ବନ୍ୟା ହେବନି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    81 %
    1.6kmh
    97 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ