Friday, April 3, 2026
36.1 C
Odisha

    ମହାନଦୀ ଆରତି: ଆଧ୍ୟାତ୍ମିକ ଅନୁଭବ ଦେବ

    ଆଗକୁ ପଢନ୍ତୁ

    ପ୍ରକୃତି, ସଂସ୍କୃତି ଓ ପ୍ରଗତି-ଏହି ତିନୋଟି ଉପାଦାନର ସମନ୍ୱୟ ହେଉଛନ୍ତି ମା’ ସମଲେଶ୍ୱରୀଙ୍କ ଆରାଧନାର ମୂଳଭିତ୍ତି। କିଂବଦନ୍ତିର ଅମର ଅକ୍ଷରରେ ଲିପିବଦ୍ଧ ମହାନଦୀ କୂଳେ ସମ୍ଭୂତା ମାତା ସମଲେଶ୍ୱରୀଙ୍କ ସମ୍ବଲପୁରସ୍ଥିତ ମନ୍ଦିର ନିକଟରେ ନିର୍ମିତ ହୋଇଛି ମହାନଦୀ ଆରତି ଘାଟ। ପଶ୍ଚିମ ଓଡ଼ିଶାର ଜୀବନରେଖା ଭାବେ ମହାନଦୀ ବିଶେଷ ସ୍ଥାନ ପାଇଛି। କବି ଗଙ୍ଗାଧର ମେହେରଙ୍କ ଚର୍ଚ୍ଚିତ କାବ୍ୟ ତପସ୍ୱିନୀରେ ମହାନଦୀ ସମ୍ବନ୍ଧୀୟ ସେହି ଅମର ପଦ ସର୍ବଜନାଦୃତ ‘ଥ।ଉ ଗିରୀନ୍ଦ୍ର ସୂତ। ସେବିଷ୍ଣୁ ପଦୀ, ତୋ ଦତ୍ତ ଉପ‌ାଧିରେ ମୁଁ ମହ‌ାନଦୀ।’ ମହ‌ାନଦୀର ସେହି ପୁରାଣ ପ୍ରସିଦ୍ଧ ଅମ୍ଳାନ ବୈଶିଷ୍ଟ୍ୟକୁ ଅନୁଭବ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ‌ାୟକ ମହାନଦୀ ଆରତି ପାଇଁ ଏକ ଘାଟ ନିର୍ମ।ଣର ନିଷ୍ପତ୍ତି ନେଇଥିଲେ। ଏଥିପ୍ରତି ବିଶେଷଭାବେ ଗୁରୁତ୍ୱ ଦେଇ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମହାନଦୀର ଆରତି ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଭାବେ ଉଦ୍ୟମ କରିଆସୁଛନ୍ତି। ଆସନ୍ତା ୨୭ ତ‌ାରିଖ ସନ୍ଧ୍ୟାରେ ସେ ନିଜେ ଉପସ୍ଥିତ ରହି ମହାନଦୀ ଆରତି କରିବା ସହିତ ମା’ ସମଲେଶ୍ୱରୀ ଓ ମହାନଦୀ ପ୍ରତି ନିଜ ଭକ୍ତି ନୈବେଦ୍ୟ ଅର୍ପଣ କରିବେ। ଆରତି ଦେଖିବାପ‌ାଇଁ ନିର୍ମିତ ହୋଇଥିବା ସ୍ଥାନରେ ପ୍ରାୟ ୨ ହଜାର ଲୋକ ଏକସାଙ୍ଗରେ ଉପସ୍ଥିତ ରହି ମହାନଦୀ ଆରତିର ଆଧ୍ୟାତ୍ମିକ ଅନୁଭବପ୍ରାପ୍ତ ହେଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ