Sunday, October 25, 2026
28.5 C
Odisha

    ମହାପ୍ରଭୁ ଜଗନ୍ନାଥ ବଞ୍ଚାଇ ଦେଲେ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ

    ଆଗକୁ ପଢନ୍ତୁ

    ମହାପ୍ରଭୁ ଜଗନ୍ନାଥ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ରବିବାର ପେନସିଲଭିନିଆରେ ହୋଇଥିବା ଗୁଳିମାଡ଼ରେ ଅଳ୍ପକେ ବର୍ତ୍ତିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ। ସେ ଜଗନ୍ନାଥଙ୍କ କୃପାରୁ ବର୍ତ୍ତି ଯାଇଛନ୍ତି ବୋଲି କହିଛନ୍ତି ଇସ୍କନର ଜଣେ ସାଧୁ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

    ଟ୍ୱିଟ୍ ଅନୁଯାୟୀ, ୪୮ ବର୍ଷ ତଳେ ନ୍ୟୁୟର୍କରେ ପ୍ରଥମ ରଥଯାତ୍ରା ଆୟୋଜନ ବେଳେ ଟ୍ରମ୍ପ ଯେଉଁ ସାହାଯ୍ୟ କରିଥିଲେ ତା’ର ଫଳ ଏବେ ସିଏ ପାଇଛନ୍ତି।ଏହା ସବୁ ପ୍ରଭୁ ଜଗନ୍ନାଥଙ୍କ ଲୀଳାଖେଳା। ଜଗନ୍ନାଥଙ୍କ କୃପାରୁ ବନ୍ଧୁକରୁ ବାହାରିଥିବା ଗୁଳିଟି ତାଙ୍କ କାନ ପାଖ ଦେଇ ଚାଲି ଯାଇଥିଲା। ଏହା ଏକ ଚମତ୍କାରଠୁ କମ୍‌ ନୁହେଁ ବୋଲି କହିଛନ୍ତି ଇସ୍କନ କୋଲକାତାର ଉପସଭାପତି ତଥା‌ ପ୍ରବକ୍ତା ରାଧାରମଣ ଦାସ। ୧୯୭୬ ମସିହାରେ ନ୍ୟୁୟର୍କରେ ଯେତେବେଳେ ପ୍ରଥମ ରଥଯାତ୍ରା ଆୟୋଜନ ହେବାକୁ ଯାଉଥିଲା, ସେତେବେଳେ ରଥ ନିର୍ମାଣ ପାଇଁ ସ୍ଥାନ ମିଳୁନଥିଲା । ପ୍ରାୟ ସବୁ ଧନୀ ବ୍ୟକ୍ତି ରଥ ନିର୍ମାଣ ପାଇଁ ନିଜ ଜାଗା ଦେବାକୁ ମନା କରିଦେଇଥିଲେ। ଏହି ସମୟରେ ଟ୍ରମ୍ପ ସାହାଯ୍ୟ କରିଥିଲେ। ଆଉ ରଥ ନିର୍ମାଣ ପାଇଁ ଜାଗା ଦେଇଥିଲେ।ସେତେବେଳେ ଟ୍ରମ୍ପଙ୍କ ବୟସ ମାତ୍ର ୩୦ ବର୍ଷ ଥିଲା । ସେ ସେତେବେଳେ ଜଣେ ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଭାବରେ ଉଭା ହୋଇଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କ ସହାୟତାରେ ହିଁ ୧୯୭୬ରେ ନ୍ୟୁୟର୍କରରେ ପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ରଥଯାତ୍ରା ହୋଇପାରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.5 ° C
    28.5 °
    28.5 °
    45 %
    2.7kmh
    5 %
    Sun
    28 °
    Mon
    27 °
    Tue
    29 °
    Wed
    26 °
    Thu
    23 °

    ସମ୍ବନ୍ଧିତ