Sunday, October 4, 2026
30.6 C
Odisha

    ଡିଏସ୍‌ କୁଟ୍ଟେଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ଦେଲେ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୃହ ବିଭାଗ ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ଦେଇଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ କୁଟ୍ଟେ ସାଧାରଣ ନିର୍ବାଚନ ସମୟରେ ନିଲମ୍ବିତ ହୋଇଥିଲେ। ନିର୍ବାଚନ ଗତିବିଧିରେ ସେ ସକ୍ରିୟ ଥିବା ନେଇ ଅଭିଯୋଗ ହେଲା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ଏବେ ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି।
    ସେହିପରି ନୂଆଦିଲ୍ଲୀସ୍ଥିତ ଆବାସିକ କମିସନର ତଥା ଆଇପିଏସ୍‌ ରବି କାନ୍ତଙ୍କୁ ଓଡ଼ିଶାକୁ ବଦଳି ହୋଇଛି। ତାଙ୍କୁ ଗୃହ ବିଭାଗରେ ଓଏସଡି ଭାବେ ନିଯୁକ୍ତି ମିଳିଛି। ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗରେ କାର୍ଯ୍ୟରତ ସ୍ବତନ୍ତ୍ର ସଚିବ ବିଶାଳ ଗଗନଙ୍କୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିସନର ଭାବେ ବଦଳି ହୋଇଛି। ରାଜ୍ୟ ସରକାର ପୂର୍ବରୁ ଆଇପିଏସ୍‌ ଆଶିଷ ସିଂଙ୍କୁ ମଧ୍ୟ ଓଏସ୍‌ଡି ଭାବେ ନିଯୁକ୍ତି ଦେଇଛନ୍ତି।
    ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଡି.ଏସ୍‌ କୁଟ୍ଟେ ଓ ଆଇଜି(ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା) ଆଶିଷ ସିଂହ ନିର୍ବାଚନରେ ଅନୈତିକ ହସ୍ତକ୍ଷେପ କରୁଥିବା ସଂପର୍କରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିସନଙ୍କୁ ରିପୋର୍ଟ ଦେଇଥିଲେ। ସମୟ ସମୟରେ କ୍ଷେତ୍ରସ୍ତରରୁ ନିଆଯାଇଥିବା ଇନ୍‌ପୁଟ ମଧ୍ୟ ଏହି ଅଭିଯୋଗକୁ ପ୍ରମାଣିତ କରିଥିଲା। ‌ଏହାକୁ ଆଧାର କରି ଶ୍ରୀ କୁଟ୍ଟେଙ୍କୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ପରେ ନୂଆଦିଲ୍ଲୀସ୍ଥିତ ଆବାସିକ କମିସନର, ଓଡ଼ିଶା କାର୍ଯ୍ୟାଳୟକୁ ଆସି ରିପୋର୍ଟ କରିବାକୁ କୁହାଯାଇଥିଲା।

    ସେହିପରି ଆଶିଷ ସିଂହ ମେ’ ମାସ ୪ ତାରିଖରୁ ମେଡିକାଲ ଲିଭ୍‌ରେ ରହିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏମ୍‌ସ ଭୁବନେଶ୍ବର ପକ୍ଷରୁ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯିବାକୁ ମେ’ ମାସ ୨୮ ତାରିଖରେ କୁହାଯାଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ‌ଏହି ମେଡିକାଲ ବୋର୍ଡ ଗଠନ ପାଇଁ ଏମ୍‌ସର ନିର୍ଦ୍ଦେଶକଙ୍କ ସହ ସମନ୍ବୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମେ’ ୩୦ ତାରିଖ ସୁଦ୍ଧା ଶ୍ରୀ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ମେ’ ୩୧ ତାରିଖ ସୁଦ୍ଧା କମିସନଙ୍କରୁ ରିପୋର୍ଟ ପଠାଇବା ଲାଗି କୁହାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ