Tuesday, September 8, 2026
29.8 C
Odisha

    ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିବାଦୀୟ ବୟାନ କେରଳ ‘ମିନି ପାକିସ୍ତାନ’ ହୋଇଥିବାରୁ ରାହୁଲ, ପ୍ରିୟଙ୍କା ଜିତୁଛନ୍ତି

    ଆଗକୁ ପଢନ୍ତୁ

    ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ନିତେଶ ରାଣା ବିବାଦୀୟ ବୟାନ ଦେଇଛନ୍ତି। କେରଳ ‘ମିନି ପାକିସ୍ତାନ’ ହୋଇଥିବାରୁ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ସେଠାରୁ ସାଂସଦଭାବେ ଜିତୁଛନ୍ତି। ସବୁ ଆତଙ୍କବାଦୀ ସେମାନଙ୍କୁ ଭୋଟ ଦେଉଛନ୍ତି। ଆତଙ୍କବାଦୀଙ୍କୁ ସାଥୀରେ ନେବାପରେ ସେମାନେ ସାଂସଦ ହୋଇଛନ୍ତି ବୋଲି ପୁଣେ ଜିଲ୍ଲାର ପୁରନ୍ଦର ତାଲୁକାରେ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ରାଣେ ଏହା କହିଛନ୍ତି। ଶ୍ରୀ ରାଣେ ହେଉଛନ୍ତି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ। ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେ କନକବଲି ଆସନରୁ ଜିତି ଫଡ଼ନାବିସଙ୍କ ମନ୍ତ୍ରିମଣ୍ଡଳରେ ମତ୍ସ୍ୟ ଓ ବନ୍ଦର ମନ୍ତ୍ରୀ ହୋଇଛନ୍ତି।
    ରାଣେଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ପ୍ରବକ୍ତା ଅତୁଲ ଲୋନ୍ଧେ ପାଟିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ସମାଲୋଚନା କରିଛନ୍ତି। ରାଣେଙ୍କୁ ମନ୍ତ୍ରିମଣ୍ଡଳରେ ରଖାଯିବା ନେଇ ପ୍ରଶ୍ନ ଉଠାଇଛନ୍ତି। ଦେଶର ଏକତା ଓ ସାର୍ବଭୌମତ୍ବକୁ ବଜାୟ ରଖିବା ପାଇଁ ମନ୍ତ୍ରୀଭାବେ ରାଣେ ଶପଥ ନେଇଥିଲେ ମଧ୍ୟ ଭାରତର ଏକ ରାଜ୍ୟକୁ ପାକିସ୍ତାନ କହୁଛନ୍ତି। ସେଠାକାର ଭୋଟରଙ୍କୁ ଆତଙ୍କବାଦୀ କହୁଛନ୍ତି। ମନ୍ତ୍ରୀ ରହିବା ଅଧିକାର ତାଙ୍କର ରହିଛି ‌କି ବୋଲି ସେ ପ୍ରଶ୍ନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ