Monday, October 19, 2026
21.6 C
Odisha

    ଶ୍ରୀହରିକୋଟାରୁ ପିଏସ୍‌ଏଲ୍‌ଭି-ସି ୬୦ର ଉତ୍‌କ୍ଷେପଣ

    ଆଗକୁ ପଢନ୍ତୁ

    ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ), ମହାକାଶ ଯାତ୍ରା ଓ ଗବେଷଣାର ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍‌‌କ୍ଷେପଣ କେନ୍ଦ୍ରରୁ ସ୍ପେଡେକ୍ସ ଓ ଅଭିନବ କୃତ୍ରିମ ଉପଗ୍ରହ ସହ ପିଏସ୍‌ଏଲ୍‌ଭି-ସି୬୦ର ଉତ୍‌କ୍ଷେପଣ କରିଛି। ଇସ୍ରୋ ପକ୍ଷରୁ ଜାରି ସୂଚନାନୁସାରେ, ପୋଲାର ସାଟେଲାଇଟ୍‌ ଲଞ୍ଚ ଭେହିକଲ୍‌ (ପିଏସ୍‌ଏଲ୍‌ଭି) ଉତ୍‌କ୍ଷେପଣର ପ୍ରଥମ ପର୍ଯ୍ୟାୟ ସଫଳ ରହିଛି।
    ସ୍ପେସ୍‌ ଡକିଂ ଏକ୍ସପେରିମେଣ୍ଟ୍‌ (ସ୍ପେଡେକ୍ସ) ନାମରେ ନାମିତ ଏହି ଅଭିଯାନରେ, ମହାକାଶରେ କକ୍ଷପଥରେ ଘୂରି ବୁଲୁଥିବା ଦୁଇଟି କୃତ୍ରିମ ଉପଗ୍ରହ- ଏସ୍‌ଡିଏକ୍ସ୦୧ ଓ ଏସ୍‌ଡିଏକ୍ସ୦୨କୁ ସଂଯୋଗ କରାଯିବ। ଦୁଇ କୃତ୍ରିମ ଉପଗ୍ରହର ‘ସଂଯୋଗ’, ‘ବିଯୋଗ’ ଓ ‘ମିଳନ’ ନିମନ୍ତେ ଆବଶ୍ୟକ ଯାନ୍ତ୍ରିକ ସାମଗ୍ରୀର ବିକାଶ ଓ ପ୍ରଦର୍ଶନ ଅନୁଶୀଳନ କରାଯିବ। ସୂଚନାଯୋଗ୍ୟ, ମହାକାଶରେ ଏଭଳି କାର୍ଯ୍ୟରେ କେବଳ ସ୍ବଳ୍ପ କେତେକ ରାଷ୍ଟ୍ର ଦକ୍ଷତା ଅର୍ଜନ କରିଛନ୍ତି। ଏହାର ସଫଳତା ଉପରେ ଭାରତର ମହାକାଶ ଭବିଷ୍ୟତ ଅନେକ ପରିମାଣରେ ନିର୍ଭର କରୁଛି ବୋଲି କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ