Wednesday, February 26, 2025
33.2 C
Odisha

    ମହାଶିବରାତ୍ରିରେ ପାଠ କରନ୍ତୁ ଶିବ ଚାଳିଶା, ବିଶେଷ କୃପା ପାଇବେ

    ଆଗକୁ ପଢନ୍ତୁ

    ଓଡ଼ିଆ ଘରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଶିବଙ୍କୁ ସୃଷ୍ଟିର ସଂହାର କର୍ତ୍ତା ବୋଲି ଆମେ ଓଡ଼ିଆମାନେ ଭଲ ଭାବରେ ଜାଣୁ । ଶିବ କୋପେ ବର ନହେଲେ ତପେ ବର ଦିଅନ୍ତି ବୋଲି ଜନଶ୍ରୁତି ରହିଛି । ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ବହୁ ବ୍ରତ ଉପବାସ କରନ୍ତି । ନିଜର ମନସ୍କାମନା ରଖି ଶିବ ଭକ୍ତ ଷୋହଳ ସୋମବାର, ୧୦୮ ସୋମବାର ବ୍ରତ କରନ୍ତି । ଯାହାକି ଶିବ ଭଗବାନଙ୍କୁ ପ୍ରସନ୍ନ କରିବାର ବିଶେଷ ଦିନ ହୋଇଥାଏ ବୋଲି ପ୍ରତି ଓଡ଼ିଆଙ୍କ ମନରେ ବିଶ୍ବାସ ରହିଛି ।

    ମହାଶିବରାତ୍ରି ଚଳିତବର୍ଷ ୨୬ ଫେବୃଆରୀ ବା ଆସନ୍ତାକାଲି ପାଳନ କରାଯିବ । ଏହିଦିନ ଶିବ ପାବର୍ତୀଙ୍କୁ ପୂଜା କରିବାର ବିଧାନ ରହିଛି । ତେବେ ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ଏହି ଦିନ ଶିବ ପାର୍ବତୀଙ୍କ ବିବାହ ହୋଇଥିଲା, ତେଣୁ ଏହି ଦିନକୁ ଶିବ ପାର୍ବତୀଙ୍କ ବିବାହ ବାର୍ଷିକୀ ଭାବେ ପାଳନ କରାଯାଉଛି । ତେଣୁ ମହାଶିବରାତ୍ରିକୁ ହିନ୍ଦୁମାନଙ୍କର ଏକ ବଡ଼ ପର୍ବ ଭାବେ ପାଳନ କରାଯାଏ । ଶିବରାତ୍ରିଟି ବିଶେଷ ଭାବରେ ଭଗବାନ ଶିବଙ୍କୁ ସମର୍ପିତ ।

    ଅବିବାହିତ ଯୁବକ ଓ ଯୁବତୀ ମନର ମଣିଷକୁ ପାଇବା ପାଇଁ ଶିବଙ୍କ ଉପାସନା କରନ୍ତି । ଅଧିକାଂଶ ଯୁବକ ଯୁବତୀ ନିଜ ମନର ମଣିଷ ପାଇବାକୁ ଏହିଦିନ ବ୍ରତ କରନ୍ତି । ଉପାସ ରହି ପୂଜାର୍ଚ୍ଚନା କରି ଭୋଳାନାଥଙ୍କୁ ଆଶୀର୍ବାଦ ମାଗନ୍ତି ।

    ସେହିପରି ଯଦି ଆପଣଙ୍କ ବିବାହିତ ଜୀବନରେ ଅସୁବିଧା ଦେଖାଦେଉଛି, ତେବେ ମହାଶିବରାତ୍ରି ଦିନ ସ୍ୱାମୀ-ସ୍ତ୍ରୀ ଏକାଠି ଓଷା କରିବା ଦ୍ବାରା ଅସୁବିଧାରୁ ମୁକ୍ତି ମିଳିଥାଏ । ବୈବାହିକ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୁଏ ।

    ମହାଶିବରାତ୍ରି ଦିନ ସକାଳୁ ଉଠି ସ୍ନାନ କାମ ସାରି ମନ୍ଦିର ଯାଇ ଫଳ, ପୁଷ୍ପ ଦେଇ ନିଷ୍ଠାର ସହ ପୂଜାର୍ଚ୍ଚନା କରିବା ଉଚିତ । ଏହି ଦିନ ଶିବଙ୍କୁ ଦୁଦୁରା ଫୁଲ, ବେଲପତ୍ର, ଗଙ୍ଗାଜଳ, ଚନ୍ଦନ, କଞ୍ଚା କ୍ଷୀର ଦେଇ ଅଭିଷେକ କରିବା ଦ୍ୱାରା ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି । ଏହି ଦିନ ଶିବଲିଙ୍ଗଙ୍କୁ ଏହି ସବୁ ଜିନିଷ ଅର୍ପଣ କରିବା ଦ୍ବାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଶିବ ନାମ ଜପ, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ବ୍ୟତୀତ ଶିବ ଚାଳିଶା ପାଠ କରିବା ଦ୍ୱାରା ଶିବଙ୍କଠାରୁ ବିଶେଷ କୃପା ଲାଭ ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.2 ° C
    33.2 °
    33.2 °
    15 %
    3.7kmh
    3 %
    Wed
    32 °
    Thu
    34 °
    Fri
    37 °
    Sat
    38 °
    Sun
    39 °

    ସମ୍ବନ୍ଧିତ