Saturday, April 4, 2026
29 C
Odisha

    ମହା ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା

    ଆଗକୁ ପଢନ୍ତୁ

    ଆମେରିକା : ଗର୍ଜୁଛି ମିସାଇଲ, ବର୍ଷୁଛି ନିଆଁ । ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ । ତୁହାକୁ ତୁହା ଖସୁଛି ଡ୍ରୋନ୍ । ଘମାଘୋଟ ହେଉଛି ଯୁଦ୍ଧ। ଆଜି ତେହେରାନରେ ଭୟାନକ ଆକ୍ରମଣ କରିଛି ଇସ୍ରାଏଲ। ଦୀର୍ଘ ଏକ ଘଣ୍ଟାଏ ଧରି ଏୟାର ରେଡ୍ । ଖସିଥିଲା ମାଳମାଳ ଡ୍ରୋନ୍। ଜଳ, ସ୍ଥଳ, ଆକାଶ ସବୁଠି ମହା ବିଧ୍ବଂସର ଖେଳ। ନଉଁନଥିବା ଇରାନ ଉପରେ ପ୍ରଚଣ୍ଡ ହମଲା କରୁଛନ୍ତି ଆମେରିକା ଓ ଇସ୍ରାଏଲ ସେନା। ସମୁଦ୍ରରେ ଇରାନର ୧୬ ଯୁଦ୍ଧ ଜାହାଜକୁ ଧ୍ବଂସ କରିଛନ୍ତି ଆମେରିକା । ସମୁଦ୍ର ମଝିରେ ସର୍ଜିକାଲ ଷ୍ଟ୍ରାଇକ୍ ର ଭିଡିଓ ଜାରି କରିଛି ପେଣ୍ଟାଗନ। ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି, ଧ୍ବଂସ ହୋଇଥିବା ଇରାନର ଏହି ୧୬ ଯୁଦ୍ଧ ଜାହାଜ ସମୁଦ୍ର ଭିତରେ ମାଇନ୍ ବିଛାଇବାର କ୍ଷମତା ରଖିଥିଲେ । ଏଗୁଡ଼ିକୁ ଏୟାର ଷ୍ଟ୍ରାଇକ୍ ରେ ବୁଡ଼ାଇ ଦିଆଯାଇଛି। ଷ୍ଟ୍ରେଟ୍ ଅଫ ହର୍ମୁଜରେ ଗୋଟେ ଲିଟର ତେଲ ନଛାଡ଼ିବାକୁ ଧମକ ଦେଇଥିବା ଇରାନ୍ ଏବେ ସମୁଦ୍ର ତଳେ ମାଇନ ବିଛାଇବା ଆରମ୍ଭ କରିଛି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ସମୁଦ୍ର ତଳେ ବିଛାଇଥିବା ବୋମାକୁ ହଟାଉ ଇରାନ । ନହେଲେ ଏଭଳି ପରିଣାମ ଭୋଗିବ, ଯାହା ଦୁନିଆ ପୂର୍ବରୁ କେବେ ବି ଦେଖି ନଥିବ ।

    ଆମେରିକା ନୌସେନା ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ଆରମ୍ଭ କରିଛି । ଆମେରିକା ନୌସେନାର ସୁରକ୍ଷା ବଳୟ ଭିତରେ କିଛି ତେଲ ଟ୍ୟାଙ୍କର ଆସିଛି । ଫଳରେ ତୈଳ ଦର ୧୫ ପ୍ରତିଶତ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ରୁ ୧୨୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଦୁନିଆର ପ୍ରାୟ ୨୦% ତୈଳ ପରିବହନ ହୋଇଥାଏ । ବ୍ରେଣ୍ଟ ଅଶୋଧିତ ତୈଳ ଦର ୯୦ ଡଲାରରୁ କମି ଏବେ ୮୦ ରୁ ୮୭ ଡଲାର ପାଖାପାଖି ପହଞ୍ଚିଛି । ଅନ୍ୟପଟେ ଆମେରିକାର ଧମକ ସତ୍ତ୍ବେ ଆଜି ୩ଟି ତୈଳ ଟ୍ୟାଙ୍କର ଉପରେ ରକେଟ୍ ମାଡ଼ ହୋଇଛି । ଏଥିରେ ଗୋଟିଏ କାର୍ଗୋ ଜାହାଜରେ ନିଆଁ ଲାଗି ଯାଇଥିଲା । ପରେ ନିଆଁକୁ ଅୟତ୍ତ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ