Sunday, March 1, 2026
20.4 C
Odisha

    ମହା ସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ଭଦ୍ରକାଳୀ

    ଆଗକୁ ପଢନ୍ତୁ

    ଆଜି ମହା ସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ଭଦ୍ରକାଳୀ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଷଷ୍ଠ ଦିନ। ଏହି ଷଷ୍ଠ ଦିନରେ ମାଆ ଭଦ୍ରକାଳୀ ମହା ସରସ୍ୱତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମାଆ ଭଦ୍ରକାଳୀ ଆଜି ହାତରେ ବୀଣା ଧରିବା ସହିତ ହଂସକୁ ନିଜର ବାହାନ କରିଛନ୍ତି। ତେଣୁ ମାଆଙ୍କର ଏହି ଅପୂର୍ବ ବେଶକୁ ଦର୍ଶନ କରିବା ପାଇଁ ପୀଠରେ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି। ମାଆ ଭଦ୍ରକାଳୀଙ୍କୁ ଏହି ମହା ସରସ୍ୱତୀ ବେଶରେ ଦର୍ଶନ କଲେ ମାଆ ବିଦ୍ୟା ବୁଦ୍ଧି ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ସେହିପରି ଭାବେ ଏହି ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଚାଲିଛି ଗୀତା ପାଠ, ଚଣ୍ଡୀ ପାଠ, ବେଦ ପାଠ ଓ ନାମ ସଂକୀତ୍ତର୍ନରେ ପ୍ରକମ୍ପିତ ହେଉଛି ମାଆଙ୍କ ପୀଠ। ଆସନ୍ତାକାଲି ମହାଯଜ୍ଞ ଶେଷ ହେବା ସହିତ ସପ୍ତମାତୃକା ବେଶ ମଧ୍ୟ ଶେଷ ହେବ ଏବଂ ମାଆ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ ମାଆ ଭଦ୍ରକାଳୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    43 %
    1kmh
    7 %
    Sun
    36 °
    Mon
    36 °
    Tue
    36 °
    Wed
    38 °
    Thu
    38 °

    ସମ୍ବନ୍ଧିତ