Monday, September 14, 2026
23.5 C
Odisha

    ଯାତ୍ରାରେ ଅପସଂସ୍କୃତି ଓ କୁପରମ୍ପରାକୁ ପ୍ରଶ୍ରୟ ଦିଆଯିବ ନାହିଁ: ଆଇନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଯାତ୍ରା କମିଟି ମହାସଂଘର କର୍ମକର୍ତ୍ତାମାନେ ଆଜି ବିଭିନ୍ନ ଦାବି ନେଇ ଆଇନ ମନ୍ତ୍ରୀଙ୍କୁ ଭେଟିଛନ୍ତି। ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀକରଣ କରୁଥିବାରୁ ଯାତ୍ରା ଅନୁଷ୍ଠାନକୁ ଯାତ୍ରା ପରିବେଷଣ ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରିବା ସହ ଯାତ୍ରାରେ ଅଶ୍ଳୀଳତା, ଦ୍ବିଅର୍ଥବୋଧକ ସଂଳାପ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ନିମନ୍ତେ ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।
    ସଂଘର ଅଭିଯୋଗ ଯେ ଏବେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି। ବ୍ୟବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକମାନେ ନଗ୍ନ ନୃତ୍ୟକୁ ପ୍ରଶ୍ରୟ ଦେଉଥିବା ସାଧାରଣରେ ଅଭିଯୋଗ ହେବା ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟିଛି। ଏନେଇ ଯାତ୍ରାପାର୍ଟି ମାଲିକମାନଙ୍କୁ ସିଧାସଳଖ ଦାୟୀ କରିଛି ଯାତ୍ରା କମିଟି ମହାସଂଘ। ଯାତ୍ରାର ରାତ୍ର ପିଛା ମୂଲ୍ୟ ସହିତ ଟିକେଟ ମୂଲ୍ୟ ବୃଦ୍ଧି ହେବାରୁ ଏଭଳି ପରିସ୍ଥିତି ଉପୁଜିଛି। ପ୍ରତ୍ୟକ୍ଷ ରେ ଯାତ୍ରା କୁ ନେଇ ମାଲିକ ମାନେ ଚାପ ପକାଉଛନ୍ତି, ଯାହାକୁ ନେଇ ଅଶ୍ଳୀଳତା ବୃଦ୍ଧି ପାଉଛି। ସରକାର ଯାତ୍ରା ପରିବେଷଣ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ଆଣିଲେ ଏହି ଅଶ୍ଳୀଳତାରେ ଅଙ୍କୁଶ ଲଗା ଯାଇପାରିବ ବୋଲି ମହାସଂଘ କହିଛି।

    ଏଣେ ଏହି ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, କୌଣସି ପ୍ରକାରରେ ଯାତ୍ରାରେ ଅପସଂସ୍କୃତି ଓ କୁପରମ୍ପରାକୁ ପ୍ରଶ୍ରୟ ଦିଆଯିବ ନାହିଁ । ସଂସ୍କୃତିର ସୁରକ୍ଷା ଦିଗରେ ଖୁବ୍ ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ