Thursday, September 19, 2024
25.1 C
Odisha

    ମହିଳାଙ୍କୁ ଥାନା ଆଗରେ ପୋଲିସର ମାଡ଼; ହେଲା କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ଭଦ୍ରକ: ଥାନା ସମ୍ମୁଖରେ ଦଳିତ ମହିଳାଙ୍କୁ ଘୋଷାରି ଘୋଷାରି ମାଡ଼ ଘଟଣାରେ ତିନି ଜଣ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ସହ ଜିଲ୍ଲା କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଏହି ତିନି ପୋଲିସ କର୍ମଚାରୀଙ୍କ ନାଁରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେମାନଙ୍କ ବିରୋଧରେ ଅଧିକ ତଦନ୍ତ କରାଯାଉଛି । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚାନ୍ଦବାଲି ଏସଡିପିଓ ସୂଚନା ଦେଇଛନ୍ତି । ଚାନ୍ଦବାଲି ଥାନା ପରିସରରେ ପୋଲିସର ଦାଦାଗିରି ଦେଖିବାକୁ ମିଳିଥିଲା । ଜଣେ ମହିଳାଙ୍କୁ ମାଡ଼ ମାରିଥିଲେ ପୋଲିସ ବାବୁ। ଥାନାକୁ ସ୍ୱାମୀଙ୍କୁ ଭେଟିବାକୁ ଆସି ପୋଲିସଠାରୁ ମାଡ଼ ଖାଇଥିଲେ ମହିଳା । ଚାନ୍ଦବାଲି ଏନଏସି ଅଞ୍ଚଳର ମିତା ସେଠୀଙ୍କ ସ୍ୱାମୀଙ୍କୁ କୌଣସି ଏକ ଘଟଣାରେ ପୋଲିସ ଥାନାକୁ ଡକାଇଥିଲା । ମିତା ସ୍ୱାମୀଙ୍କୁ ଦେଖାକରିବା ପାଇଁ ଥାନାକୁ ଯାଇଥିଲେ । ସେଠାରେ ତାଙ୍କ ସହ ଥିବା କୁନି ପିଲାଟି ଏକ ଚପଲ ଖୋଳରେ ଖେଳୁଥିବା ବେଳେ ମିତା ସେହି ଖୋଳଟିକୁ ଭୁଲବଶତଃ ଥାନା ପରିସରକୁ ଫିଙ୍ଗି ଦେଇଥିଲେ । ସେଠାରେ ଉପସ୍ଥିତ ଥିବା କନେଷ୍ଟବଳ ରବୀନ୍ଦ୍ର ସେଠୀ ତାଙ୍କୁ ଡଷ୍ଟବିନରେ ପକାଇବାକୁ କହିଥିଲେ । ଏହାକୁ ନେଇ ମିତା ଏବଂ କନେଷ୍ଟବଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କନେଷ୍ଟବଳ ରବୀନ୍ଦ୍ର ସେଠୀ ରାଗିଯାଇ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କ ସହିତ ଏଏସଆଇ ନେପାଳ ସାହା ଓ ଅନ୍ୟ ଜଣେ ପୋଲିସ କର୍ମଚାରୀ ମହିଳାଙ୍କୁ ମାଡ଼ ମାରିବା ସହ ଟେକି ଟେକି ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    88 %
    0.8kmh
    100 %
    Thu
    29 °
    Fri
    31 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ