Monday, October 5, 2026
31.3 C
Odisha

    ମହିଳାଙ୍କ ନାଁରେ ଋଣ କରି ୫୦ଲକ୍ଷ ହଡ଼ପ, ଆଶାକର୍ମୀ ଫେରାର

    ଆଗକୁ ପଢନ୍ତୁ

    ପାପଡ଼ାହାଣ୍ଡି: ଶତାଧିକ ମହିଳା ଋଣ ଠକେଇର ଶିକାର ହୋଇଛନ୍ତି। ଏମାନଙ୍କ ନାଁରେ ୫୦ ଲକ୍ଷରୁ ଅଧିକ ଟଙ୍କା ଋଣ ହୋଇଛି। ଆଜି ଏକ୍ସିସ୍‌ ବ୍ୟାଙ୍କର ଋଣ ପରିଶୋଧ ନୋଟିସ୍‌ ଆସିବା ପରେ ମହିଳାଙ୍କ ମଧ୍ୟରେ ଛନକା ପଶିଛି। ଋଣ ଜାଲରେ ଛନ୍ଦି ହୋଇ ପାପଡ଼ାହାଣ୍ଡି ବ୍ଲକ୍‌ ସିରସି ପଞ୍ଚାୟତ ଅନ୍ତର୍ଗତ ବାଣୁଆଗୁଡ଼ା ଗ୍ରାମର ଜଣେ ମହିଳା ଶେଷରେ ଏତଲା ଦେଇଛନ୍ତି। ନିଜ ଗାଁର ଆଶାକର୍ମୀ, ତାଙ୍କ ପୁଅ ଓ ସ୍ବାମୀଙ୍କ ବିରୋଧରେ ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଆଶାକର୍ମୀ ଫେରାର ହୋଇଯାଇଥିବା ଜଣାପଡ଼ିଛି।

    ସୂଚନା ଅନୁଯାୟୀ, ବାଣୁଆଗୁଡ଼ା ଗାଁର ଆଶାକର୍ମୀ ସୁବାସିନୀ ମହାପାତ୍ର ଓ ତାଙ୍କ ପୁଅ ନିରାକାର ମହାପାତ୍ର ସେହି ଗ୍ରାମର ୧୦୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ୪ଟି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଓ ଏକ୍ସିସ ବ୍ୟାଙ୍କରେ ଋଣ ନେବାକୁ ପରାମର୍ଶ ଦେଇଥିଲେ। ଋଣ ମିଳିବା ପରେ ସବୁ ଟଙ୍କା ତାଙ୍କୁ ଦେଲେ ନିଜେ ପରିଶୋଧ କରିବେ ଏବଂ ମହିଳାଙ୍କୁ କିଛି ସୁଧ ଟଙ୍କା ତେବେ ବୋଲି ପ୍ରଲୋଭିତ କରିଥିଲେ। ଏହାପରେ ମହିଳାମାନଙ୍କୁ ନେଇ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଯଥା ଅନ୍ନପୂର୍ଣ୍ଣା, ଟାଟା, ସ୍ପନ୍ଦନା, ସୂର୍ଯ୍ୟୋଦୟ ଏବଂ ଏକ୍ସିସ ବ୍ୟାଙ୍କରୁ ଋଣ କରାଇଥିଲେ। ଅନ୍ନପୂର୍ଣ୍ଣା ଗ୍ରୁପରେ ୨୪ଜଣ ମହିଳା, ସ୍ପନ୍ଦନାରେ ୩୦ଜଣ, ଟାଟାରେ ୭ ଜଣ, ସୂର୍ଯ୍ୟୋଦୟରେ ୨୪ ଏବଂ ଏକ୍ସିସ୍‌ ବ୍ୟାଙ୍କରେ ମଧ୍ୟ କିଛି ମହିଳାଙ୍କ ନାଁରେ ଋଣ କରାଯାଇଥିଲା। ଜଣେ ଜଣେ ମହିଳାଙ୍କ ନାଁରେ ୩୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ହୋଇଥିଲା। ତେବେ ଋଣ ଟଙ୍କା ସୁବାସିନୀ ଓ ତାଙ୍କ ପୁଅ ନିରାକାର ନେଇଯାଇଥିଲେ। ଋଣ ନେବାର ୬ମାସ ପର୍ଯ୍ୟନ୍ତ ମାସିକ କିସ୍ତି ବାନ୍ଧି ନଥିଲେ। ତେଣୁ ଆଜି ଏକ୍ସିସ୍‌ ବ୍ୟାଙ୍କରୁ ୧୦ଜଣ ମହିଳାଙ୍କୁ ଋଣ ପରିଶୋଧ କରିବା ପାଇଁ ନୋଟିସ୍ ମିଳିଛି। ଏହାପରେ ମହିଳାମାନେ ଋଣ କିପରି ପରିଶୋଧ କରିବେ ବୋଲି ଚିନ୍ତାରେ ପଡ଼ିଛନ୍ତି।

    ଏନେଇ ବାଣୁଆଗୁଡ଼ା ଗ୍ରାମର ଚନ୍ଦ୍ରମା ଭତରା ପାପଡ଼ାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ସୁବାସିନୀ, ପୁଅ ନିରାକାର ଓ ସ୍ୱାମୀ ଶରତ ମହାପାତ୍ର ସମ୍ପୃକ୍ତ ରହିଥିବା ଏତଲାରେ ଉଲ୍ଲେଖ ହୋଇଛି। ଉକ୍ତ ଗ୍ରାମର ଡମେଇ ଭତରା, ଗୋରୀ ଭତରା, ଦେବକୀ ଭତରା, ମଙ୍ଗଳଦେଇ ଭତରା, କମଳା ଭତରା, କୁମାରୀ ଭତରା, ମନିମୁକତା ଭତରା, ଡମେଇ ଲହରା, ମାଳତୀ ଲହରା, ମଣିମା ଲୋହାର ନାଁରେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ନିରକ୍ଷର ମହିଳାଙ୍କୁ ଗ୍ରୁପ୍ ଋଣ ଦେଇ ଜୋର୍‌ ଜବରଦସ୍ତ ଋଣ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏନେଇ ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ