Monday, October 5, 2026
31.3 C
Odisha

    ଜୁଲନା ଆସନରୁ କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗଟ୍‌ ବିଜୟୀ

    ଆଗକୁ ପଢନ୍ତୁ

    ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଛନ୍ତି କଂଗ୍ରେସର ଭିନେଶ ଫୋଗଟ୍‌। ସେ ୬ ହଜାର ୧୫ ଭୋଟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଯୋଗେଶ ବୈରାଗୀଙ୍କୁ ପରାସ୍ତ କରିଛନ୍ତି। ଭିନେଶ ଫୋଗଟଙ୍କୁ ମୋଟ ୬୫ ହଜାର ୦୮୦ ଭୋଟ ମିଳିଥିବା ବେଳେ ବିଜେପିର ଯୋଗେଶ ବୈରାଗୀଙ୍କୁ ୫୯ ହଜାର ୦୬୫ ଭୋଟ୍ ମିଳିଛି।ଏଥିସହ ଜୁଲନାରେ ବିଜୟ ହେଇଛନ୍ତି କୁସ୍ତି ଯୋଦ୍ଧା ତଥା ଅଲମ୍ପିକ୍‌ ‌ତାରକା ଭିନେଶ ଫୋଗଟ୍‌।
    ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନମଣ୍ଡଳୀ ଏକ ପ୍ରମୁଖ ଯୁଦ୍ଧକ୍ଷେତ୍ର ଭାବରେ ଉଭା ହୋଇଥିଲା। ଭିନେଶ ପ୍ରଥମ ଥର ପାଇଁ ଏହି ଆସନରୁ ତାଙ୍କର ନିର୍ବାଚନୀ ଡେବ୍ୟୁ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ଗତ ସେପ୍ଟେମ୍ବରରେ କଂଗ୍ରେସରେ ଯୋଗ ଦେଇଥିଲେ ଭିନେଶ ଫୋଗଟ୍‌। ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ପୂର୍ବରୁ ରେଳ ଚାକିରିରୁ ଇସ୍ତଫା ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ