Friday, October 2, 2026
22.2 C
Odisha

    ମହିଳାମାନେ ସାବଧାନ, କରନ୍ତୁନି ଏହି ସମସ୍ତ ସାଧାରଣ ସଙ୍କେତକୁ ଅଣଦେଖା, ହୋଇପାରେ ଓଭାରିଆନ୍ କ୍ୟାନ୍ସରର ଲକ୍ଷଣ

    ଆଗକୁ ପଢନ୍ତୁ

    ବିଶ୍ୱରେ ଅନେକ ଲିଙ୍ଗ ଭିତ୍ତିକ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମହିଳାମାନଙ୍କ କ୍ଷେତ୍ରରେ ଏହିପରି ଅନେକ ରୋଗର ବୃଦ୍ଧି ପାଉଛି, ଯାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତିତ ଅଛନ୍ତି। କର୍କଟ ରୋଗ ବିପଦ ସେମାନଙ୍କ ମଧ୍ୟରୁ ଗୋଟିଏ।

    ଅଣ୍ଡାଶୟ କ୍ୟାନ୍ସର ବା ଓଭାରିଆନ୍ କ୍ୟାନ୍ସର ସେତେବେଳେ ହୁଏ, ଯେତେବେଳେ ଓଭାରି, ଫାଲୋପିଆନ୍ ଟ୍ୟୁବ୍ କିମ୍ବା ପେରିଟୋନିୟମ୍‌ରେ ଅସ୍ୱାଭାବିକ କୋଷଗୁଡ଼ିକ ବୃଦ୍ଧି ପାଇ ଟ୍ୟୁମର୍ ସୃଷ୍ଟି କରନ୍ତି। ଏହି କ୍ୟାନ୍ସରକୁ ଚିହ୍ନଟ କରିବା ସବୁଠାରୁ କଷ୍ଟକର, କାରଣ ଏହାର ଲକ୍ଷଣ ପ୍ରାଥମିକ ପର୍ଯ୍ୟାୟରେ ଜଣାପଡ଼େ ନାହିଁ। ଯେତେବେଳେ ସମସ୍ୟା ଜଟିଳ ହୁଏ, ସେତେବେଳେ ଯାଇ ଏହା ସାମ୍ନାକୁ ଆସିଥାଏ।

    ଓଭାରିଆନ୍ କ୍ୟାନ୍ସରର କିଛି ‘ସାଇଲେଣ୍ଟ’ ଲକ୍ଷଣ

    ଏହି କ୍ୟାନ୍ସରର ଲକ୍ଷଣଗୁଡ଼ିକ ସାଧାରଣ ଶାରୀରିକ ସମସ୍ୟା ଭଳି ମନେହୁଏ, ଯେଉଁଥିପାଇଁ ମହିଳାମାନେ ଏହାକୁ ଅଣଦେଖା କରନ୍ତି । ଯେପରିକି ପେଟ ଫୁଲିବା ଏବଂ ଗ୍ୟାସ୍ ସମସ୍ୟା, ପେଲଭିକ୍ ଫ୍ଲୋର୍ ବା ପେଟର ନିମ୍ନଭାଗରେ ଭାରିପଣ ଅନୁଭବ କରିବା, ଖୁବ୍ କମ୍ ଖାଇବା ପରେ ପେଟ ପୁରିଗଲା ପରି ଲାଗିବା, ମଳତ୍ୟାଗ ଅଭ୍ୟାସରେ ପରିବର୍ତ୍ତନ ଆସିବା, କୌଣସି କାରଣ ନଥାଇ ଓଜନ ହ୍ରାସ ପାଇବା, ପରିସ୍ରା ସମ୍ବନ୍ଧୀୟ ସମସ୍ୟା ଦେଖାଦେବା ଇତ୍ୟାଦି ।

    ସବୁଠାରୁ ବଡ଼ ଚିନ୍ତାର ବିଷୟ

    ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଯେ, ମହିଳାମାନେ ଡାକ୍ତରଙ୍କ ପାଖକୁ ଯିବା ବେଳକୁ କ୍ୟାନ୍ସର ତୃତୀୟ କିମ୍ବା ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚି ସାରିଥାଏ। ଏହି ଷ୍ଟେଜ୍‌ରେ ରୋଗୀ ବଞ୍ଚିବାର ହାର ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଏ।

     

     

    କିପରି ହୁଏ ଚିକିତ୍ସା?

    ଓଭାରିଆନ୍ କ୍ୟାନ୍ସର ଚିହ୍ନଟ ହେବା ପରେ ଅସ୍ତ୍ରୋପଚାର କରାଯାଏ। ଯଦି ପ୍ରାଥମିକ ପର୍ଯ୍ୟାୟରେ ଏହା ଜଣାପଡ଼େ, ତେବେ ଜରାୟୁ ଏବଂ ଗୋଟିଏ ଓଭାରିକୁ ରଖି ଅନ୍ୟ ଅଂଶ ବାହାର କରାଯାଏ, ଯାହାଦ୍ୱାରା ମହିଳା ଭବିଷ୍ୟତରେ ମା’ ହୋଇପାରିବେ। କିନ୍ତୁ ଆଡଭାନ୍ସ ଷ୍ଟେଜ୍‌ରେ ପୁରା ଟ୍ୟୁମର୍ ସହ କ୍ୟାନ୍ସର ବ୍ୟାପିଥିବା ଅଂଶକୁ ବାହାର କରିବାକୁ ପଡ଼ିଥାଏ। ଏହା ବ୍ୟତୀତ କିମୋଥେରାପି, ଟାର୍ଗେଟେଡ୍ ଥେରାପି ଏବଂ ହରମୋନ୍ ଥେରାପି ମାଧ୍ୟମରେ ଚିକିତ୍ସା କରାଯାଏ।

    କାହିଁକି ହୁଏ ଏହି କ୍ୟାନ୍ସର?

    ଜେନେଟିକ୍ସ ବା ବଂଶଗତ କାରଣରୁ ଏହାର ବିପଦ ରହିଥାଏ। ଯେଉଁ ମହିଳାମାନେ କେବେ ମା’ ହୋଇନାହାନ୍ତି ବା ପିରିୟଡ୍ସ ସମସ୍ୟା । ଯଦି ୧୨ ବର୍ଷରୁ କମ୍ ବୟସରେ ପିରିୟଡ୍ସ ଆରମ୍ଭ ହୋଇଥାଏ କିମ୍ବା ବହୁ ବିଳମ୍ବରେ ମେନୋପୋଜ୍ ହୋଇଥାଏ ତେବେ ଏହି କ୍ୟାନ୍ସରର ସମସ୍ୟା ଦେଖାଦିଏ ।

    ଏହା ବ୍ୟତୀତ ଏଣ୍ଡୋମେଟ୍ରିଓସିସ୍ ଖରାପ ଜୀବନଶୈଳୀ ଏବଂ ହରମୋନ୍ ଅସନ୍ତୁଳନ ଯୋଗୁଁ ମଧ୍ୟ ଓଭାରିଆନ୍ କ୍ୟାନ୍ସର ହୋଇପାରେ।

    କେଉଁ ବୟସରେ ଅଧିକ ବିପଦ?

    ସାଧାରଣତଃ ୫୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ କ୍ଷେତ୍ରରେ ଓଭାରିଆନ୍ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ। ତେଣୁ ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ