Friday, April 3, 2026
36.1 C
Odisha

    ମହିଳା ତ୍ରିରାଷ୍ଟ୍ରୀୟ ଦିନିକିଆ: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ

    ଆଗକୁ ପଢନ୍ତୁ

    କଲମ୍ବୋ : ଶ୍ରୀଲଙ୍କାରେ ଖେଳା ଯାଉଥିବା ମହିଳା ତ୍ରିରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳାର ଫାଇନାଲ ମ୍ୟାଚ୍‌ ଆଜି ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ଭାରତ ୪ଟିରୁ ୩ଟି ମ୍ୟାଚ୍‌ ଜିତି ୬ ପଏଣ୍ଟ ସହ ଫାଇନାଲରେ ପହଞ୍ଚିଛି। ଘରୋଇ ଶ୍ରୀଲଙ୍କା ୪ଟିରୁ ୨ଟି ମ୍ୟାଚ୍‌ ଜିତି ଫାଇନାଲ ଖେଳିବାକୁ ଯାଉଛି। ଲିଗ୍‌ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଭାରତ ପରାସ୍ତ କରିଥିଲା। ତେବେ ୨ୟ ମ୍ୟାଚ୍‌ରେ ବ୍ୟାଟରଙ୍କ ଚମତ୍କାର ପ୍ରଦର୍ଶନ ଜରିଆରେ ଭାରତକୁ ପରାସ୍ତ କରିଥିଲା ଶ୍ରୀଲଙ୍କା। ୭ ବର୍ଷ ପରେ ଦିନିକିଆରେ ଭାରତୀୟ ମହିଳା ଦଳକୁ ଶ୍ରୀଲଙ୍କା ପରାସ୍ତ କରିଥିଲା। ବ୍ୟାଟିଂ ଶକ୍ତି ଯୋଗୁଁ ରବିବାରର ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷ​‌ରେ ଭାରତ ବଡ଼ ଫେଭରିଟ୍‌। ଅଦ୍ୟାବଧି ଭାରତ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ୩୩ଟି ଦିନିକିଆ ମ୍ୟାଚ୍‌ ସମାପ୍ତ ହୋଇଛି। ଏଥିରୁ ଶ୍ରୀଲଙ୍କା ମାତ୍ର ୩ଟି ମ୍ୟାଚ୍‌ ଜିତିପାରିଛି। ପୁଣି ୨୦୦୯ ପରଠାରୁ ୩ କିମ୍ବା ଅଧିକ ଦଳ ଥିବା ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ମହିଳା ଦଳ ପ୍ରଥମଥର ଫାଇନାଲ ଖେଳିବାକୁ ଯାଉଛି। ଅଦ୍ୟାବଧି ଭାରତୀୟ ମହିଳା ଦଳର ବ୍ୟାଟର ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ସ୍ନେହ ରାଣାଙ୍କ ନେତୃତ୍ବାଧୀନ ସ୍ପିନର ଭଲ ପ୍ରଦର୍ଶନ କରୁଛନ୍ତି। ୧୦ ମାସ ତଳେ ଏସିଆ କପ୍‌ ଟ୍ବେଣ୍ଟି୨୦ ଫାଇନାଲରେ ଅପ୍ରତ୍ୟାଶିତ ଭାବେ ଭାରତକୁ ପରାସ୍ତ କରିଥିଲା ଶ୍ରୀଲଙ୍କା। ରବିବାର ଫାଇନାଲରେ ଏହା ଶ୍ରୀଲଙ୍କାକୁ ଦୃଢ଼ ମନୋବଳ ପ୍ରଦାନ କରିବ। ଲିଗ୍‌ ପର୍ଯ୍ୟାୟରେ ଶ୍ରୀଲଙ୍କାଠାରୁ ହାରିଥିବା ଯୋଗୁଁ ଭାରତ ଫାଇନାଲରେ କୌଣସି ଢିଲାପଣ ଦେଖାଇବ ନାହିଁ। ଶ୍ରୀଲଙ୍କାର ଅଧିନାୟିକା ଚମାରି ଅଟ୍ଟାପଟୁ ଦଳର ମ୍ୟାଚ୍‌ ବିଜେତା। ହେଲେ ସେ ଫର୍ମରେ ନାହାନ୍ତି। ଗତ ୧୩ଟି ଦିନିକିଆ ଇନିଂସରେ ସେ ୨୪ ଆଭ୍‌ରେଜରେ ସ୍କୋର୍‌ କରିଛନ୍ତି। ବୋଲିଂ ବିଭାଗରେ ଶ୍ରୀଲଙ୍କା ଦୁର୍ବଳ ରହିଛି। ଏହାର ଫାଇଦା ଉଠାଇବାକୁ ଭାରତ ପ୍ରୟାସ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ