Friday, May 30, 2025
26.4 C
Odisha

ମହିଳା ସମୃଦ୍ଧି ଯୋଜନା: ମାସିକ ୨୫୦୦ ଟଙ୍କା ପାଇବାକୁ, ଏମିତି କରନ୍ତୁ ଆବେଦନ

ଆଗକୁ ପଢନ୍ତୁ

ନୂଆଦିଲ୍ଲୀ : ସରକାର ଆଣିଛନ୍ତି ମହିଳାଙ୍କ ପାଇଁ ଆଉ ଏକ ଲାଭକାରୀ ଯୋଜନା । ଯେଉଁଥିରେ ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା । ଏହା ସାହାଯ୍ୟରେ ସେମାନେ ଘରେବସି ଟଙ୍କା ରୋଜଗାର କରିବା ସହ ନିଜର ଲଘୁ ବ୍ୟବସାୟ ଆରମ୍ଭ କରିପାରିବେ । ମହିଳାଙ୍କୁ ସଶକ୍ତ କରିବା ଏବଂ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଏହି ଯୋଜନା ଆଣିଛନ୍ତି । ଯାହାର ନାଁ ମହିଳା ସମୃଦ୍ଧି ଯୋଜନା । ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବା ମହିଳାମାନେ ମଧ୍ୟ ଏହି ଟଙ୍କାକୁ ସେମାନଙ୍କ ପଢ଼ାରେ ବିନିଯୋଗ କରିପାରିବେ । ଏହାଦ୍ୱାରା ସେମାନେ ଆଗାମୀ ଦିନରେ ସ୍ୱାବଲମ୍ବୀ ହୋରପାରିବେ ।

କେଉଁ ମହିଳାମାନେ କରିପାରିବେ ଆବେଦନ :

-କେବଳ ମହିଳା ହିଁ ଏ ଯୋଜନା ପାଇଁ ଆବେଦନ କରିପାରିବେ ।

-ଆର୍ଥିକ ପଛୁଆ ବର୍ଗର ମହିଳା ଏହା ପାଇଁ ଯୋଗ୍ୟ ।

-୨୦ରୁ ୩୯ ବର୍ଷର ମହିଳାମାନେ ମହିଳା ସମୃଦ୍ଧି ଯୋଜନା ପାଇଁ ଆବେଦନ କରିପାରିବେ ।

– ଆବେଦନକାରୀ ଭାରତୀୟ ନାଗରିକ ହୋଇଥିବା ଜରୁରୀ ।

କେମିତି ମିଳିବ ଟଙ୍କା :

-ଏ ଯୋଜନା ଅନ୍ତର୍ଗତ ମାସକୁ ଯୋଗ୍ୟ ମହିଳାଙ୍କୁ ୨୫୦୦ ଟଙ୍କା ସରକାରଙ୍କ ତରଫରୁ ପ୍ରଦାନ କରାଯିବ ।

-ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି) ଜରିଆରେ ମହିଳାଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପଠାଯିବ ।

ଏନେଇ ଉଭୟ ଅଫଲାଇନ୍ ଓ ଅନଲାଇନ୍ ମୋଡରେ ମହିଳାମାନେ ଆବେଦନ କରିପାରିବେ ।

କେମିତି କରିବେ ଆବେଦନ :

ଅନଲାଇନ୍ ଆବେଦନ ପାଇଁ ମହିଳା ସମୃଦ୍ଧି ଯୋଜନାର ଅଫିସିଆଲ ସାଇଟକୁୂ ଯାଇ ସେଠାରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡ଼ିବ । ବ୍ୟାଙ୍କ ଡିଟେଲ୍ସ ସାଙ୍ଗକୁ ରେସିଡେନ୍ସ ପ୍ରୁଫ୍, ପାସପୋର୍ଟ ଫଟୋ, ଇନକମ୍ ସାର୍ଟିଫିକେଟ୍ ଆଧାର କାର୍ଡ କପି ଭଳି ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିବ ।

ଅଫଲାଇନ୍ ଆବେଦନ ପାଇଁ ଉପରଲିଖିତ ଡକ୍ୟୁମେଣ୍ଟ ସବୁର ଜେରକ୍ସ ସହିତ ମହିଳା ସମୃଦ୍ଧି ଫର୍ମକୁ ଫିଲପ୍ କରି ଦାୟିତ୍ୱରେ ଥିବା ଅଫିସରଙ୍କୁ ହସ୍ତାନ୍ତର କରିବାକୁ ପଡ଼ିବ । ଡକ୍ୟୁମେଣ୍ଟ ଦାଖଲ ପରେ ମହିଳାଙ୍କୁ ଏକ ରିସିପ୍ଟ ପ୍ରଦାନ କରାଯିବ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
moderate rain
26.4 ° C
26.4 °
26.4 °
87 %
2.4kmh
100 %
Fri
27 °
Sat
37 °
Sun
39 °
Mon
38 °
Tue
39 °

ସମ୍ବନ୍ଧିତ