ବେଜିଂ : ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟରେ ତୁଷାରପାତ ଯୋଗୁଁ ୧୦୦୦ ରୁ ଅଧିକ ପର୍ବତାରୋହୀ ଫସି ରହିଛନ୍ତି । ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ୩୫୦ ପର୍ବତାରୋହୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
ଖବର ମୁତାବକ, ପ୍ରବଳ ତୁଷାରପାତ ଯୋଗୁଁ ଏଭରେଷ୍ଟର ତିବ୍ଦତୀୟ ଅଂଶରେ ପ୍ରାୟ ୧୦୦୦ ରୁ ଅଧିକ ପର୍ବତାରୋହୀୟ ଫସିଥିଲେ । ସେମାନଙ୍କ ମଧ୍ୟରୁ କେବଳ ୨୦୦ ପର୍ବତାରୋହୀ ଉଦ୍ଧାରକାରୀ ଦଳ ସହିତ ଯୋଗାଯୋଗରେ ରହିଛନ୍ତି । ଉଦ୍ଧାରକାରୀ ଟିମ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ପର୍ବତାରୋହୀମାନେ ପ୍ରାୟ ୪,୨୦୦ ମିଟର ଉଚ୍ଚତାରେ ଫସି ରହିଛନ୍ତି । ସେପଟେ ପ୍ରଶାସନ ଏଭରେଷ୍ଟ ପାଇଁ ଟିକେଟ୍ ବିକ୍ରି ଉପରେ ରୋକ ଲଗାଇଛି ।
ଏହି ଋତୁରେ ହିମାଳୟ ଅଞ୍ଚଳରେ ତୁଷାରପାତ ବହୁତ କମ୍ ଦେଖାଯାଏ । ଏହାକୁ ସାଧାରଣତଃ ଟ୍ରେକିଂ ପାଇଁ ସବୁଠାରୁ ନିରାପଦ ଋତୁ ଭାବରେ ବିବେଚନା କରାଯାଏ । କିନ୍ତ ଗତ ସପ୍ତାହରେ ତିବ୍ଦତୀୟ ଅଞ୍ଚଳରେ ପ୍ରବଳ ତୁଷାରପାତ ଏବଂ ବର୍ଷା ହୋଇଥିଲା, ଯାହା ଫଳରେ ଟ୍ରେକିଂ କଷ୍ଟକର ହୋଇଯାଇଥିଲା । ତେବେ ଏବେ ନେପାଳ ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ନେପାଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅନେକଙ୍କ ଜୀବନ ଚାଲିଯାଇଛି ।