Saturday, May 2, 2026
33.3 C
Odisha

    ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା, ୩ ଜଣଙ୍କୁ ମିଳିବ ପୁରସ୍କାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଦୁଇ ଜଣ ଆମେରିକୀୟ ଏବଂ ଜଣେ ଜାପାନୀ ବୈଜ୍ଞାନିକଙ୍କୁ ଚିକିତ୍ସା ପାଇଁ ମିଳିବ ନୋବେଲ ପ୍ରାଇଜ୍ । ଏନେଇ ନୋବେଲ କମିଟି ତିନି ଜଣଙ୍କ ନାଁ ଘୋଷଣା କରିଛି । ଆମେରିକାର ମ୍ୟାରି-ଇ-ବ୍ରୁଙ୍କୋ, ପ୍ରେଡ୍ ରାମ୍ସଡେଲ ଏବଂ ଜାପାନୀ ବୈଜ୍ଞାନିକ ସିମୋନ ସକାଗୁଚୀ ।

    ନୋବେଲ ପ୍ରାଇଜ୍ ୨୦୨୫ ପାଇଁ ମେଡିସିନରେ ୩ଜଣଙ୍କୁ ମିଳିତ ଭାବେ ଏହି ପୁରସ୍କାର ମିଳିବ । ଏହି ସର୍ବୋଚ୍ଚ ସମ୍ମାନ ଔଷଧ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଛି । ୬ ଅକ୍ଟୋବରରୁ ଆରମ୍ଭ ହୋଇଥିବା ନୋବେଲ ପୁରସ୍କାର ଘୋଷଣା ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଷ୍ଟକହୋମରେ କାରୋଲିନ୍ସକା ଇନଷ୍ଟିଚ୍ୟୁଟରେ ଔଷଧ ପୁରସ୍କାର ଘୋଷଣା କରାଯାଇଛି ।

    ଏହା ପରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ, ଶାନ୍ତି ପୁରସ୍କାର ଏବଂ ଅର୍ଥନୈତିକ ବିଜ୍ଞାନ ପୁରସ୍କାର ପାଇଁ ଘୋଷଣା କରାଯିବ । ଡିସେମ୍ବର ୧୦ ତାରିଖରେ, ଆଲଫ୍ରେଡ ନୋବେଲଙ୍କ ମୃତ୍ୟୁ ବାର୍ଷିକୀରେ ପୁରସ୍କାର ପ୍ରଦାନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.3 ° C
    33.3 °
    33.3 °
    27 %
    2.3kmh
    100 %
    Sat
    34 °
    Sun
    40 °
    Mon
    40 °
    Tue
    38 °
    Wed
    37 °

    ସମ୍ବନ୍ଧିତ