Sunday, September 6, 2026
24.1 C
Odisha

    ମାଉସିକୁ ହତ୍ୟା କଲା ପୁତୁରା

    ଆଗକୁ ପଢନ୍ତୁ

    କାକଟପୁର: ପୁଣି ସମ୍ପର୍କରେ ଲାଗିଲା ଦାଗ । ମାଉସି ପାଇଁ ଯମ ସାଜିଲା ପୁତୁରା । ମାଉସିକୁ ହତ୍ୟା କଲା ପୁତୁରା । ଦୀର୍ଘ ଦିନ ଧରି ମାମୁ ଘରେ ରହି ମାମୁଙ୍କ କଲ୍ୟାଣ ମଣ୍ଡପରେ କାମ କରୁଥିଲା ଭଣଜା । ଗତ କାଲି ବିଳମ୍ବିତ ରାତିରେ ଏକ ଧାରୁଆ ମାରଣାସ୍ତ୍ରରେ ମାମୁର ଶାଳୀଙ୍କୁ ତଣ୍ଟି କାଟି ହତ୍ୟା କରିଛି । ମହିଳାଙ୍କ ଦେହ ସାରା ମାରଣାସ୍ତ୍ରରେ ଆଘାତ କରିଛନ୍ତି ଭଣଜା । ଭଣଜା ଘର ଅସ୍ତରଙ୍ଗ ବେଗୁଆନିଆବସ୍ତରେ ଅଘଟଣ ଘଟିଛି । କାମ କରି ନପାରିବାରୁ ମାମୁ ତାଙ୍କୁ ଘରୁ ବାହାର କରି ଦେଇଥିଲେ ।

    ହତ୍ୟାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି | ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ ୨୦ ମିଟର ଦୂରରେ ନିଜେ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବାଙ୍ଗୁରୀଗାଁ ମେଡିକାଲ କୁ ସ୍ଥାନାନ୍ତର କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.1 ° C
    24.1 °
    24.1 °
    89 %
    1.4kmh
    15 %
    Sat
    24 °
    Sun
    31 °
    Mon
    31 °
    Tue
    31 °
    Wed
    30 °

    ସମ୍ବନ୍ଧିତ