ଛତିଶଗଡ଼ : ମାଓବାଦୀ ଶେଷ କରିବାକୁ ମାଷ୍ଟର ପ୍ଲାନ । ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦ ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ସରକାର ରଖିଥିବା ଲକ୍ଷ୍ୟକୁ ନେଇ ତିନି ଦିନିଆ ଛତିଶଗଡ଼ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗତକାଲି ରାୟପୁରରେ ପହଞ୍ଚିବା ପରେ ଶାହ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଆଜି ହେବ ଗୁରୁତ୍ୱପୂର୍ଣ୍ଣ ମାରାଥନ୍ ବୈଠକ । ଏଥିରେ CRPF, BSF, ITBP ର ମୁଖ୍ୟ, ଛତିଶଗଡ଼ ପୋଲିସର ବରିଷ୍ଠ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ସାମିଲ ଅଛନ୍ତି ।
ବୈଠକରେ ଯୋଗ ଦେବାକୁ ରାୟପୁରରେ ଅଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ବାସ୍ତର, ସୁକୁମା ଓ ବିଜାପୁର ଭଳି ଅଞ୍ଚଳରୁ କିପରି ମାଓବାଦୀଙ୍କୁ ମୂଳପୋଛ କରାଯାଇପାରିବ। ସେନେଇ ରଣନୀତି ପ୍ରସ୍ତୁତ ହେଉଛି । ଅମିତ ଶାହଙ୍କ ଗସ୍ତ ପୂର୍ବରୁ ସୁକୁମା ଓ ବିଜାପୁର ଜିଲ୍ଲାରେ ୫୧ ଜଣ ସଶସ୍ତ୍ର ମାଓବାଦୀ ଆତ୍ମସର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୩୪ ଜଣ ମହିଳା । ୨୦୧୦ ତୁଳନାରେ ମାଓ ହିଂସା ୮୮% କମିଛି । ଏବେ ଅନ୍ତିମ ପର୍ଯ୍ୟାୟ ଅପରେସନ୍ ଉପରେ ଗୃହମନ୍ତ୍ରୀ ଜୋର୍ ଦେଉଛନ୍ତି ।

