Wednesday, September 16, 2026
25 C
Odisha

    ମାକାଶରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

    ଆଗକୁ ପଢନ୍ତୁ

    ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଅଟକି ରହିଥିବାବେଳେ ସେଠାରେ ଜନ୍ମଦିନ ପାଳନ କରିଛନ୍ତି।
    ମହାକାଶରେ ସୁନୀତା ଦ୍ୱିତୀୟ ଥର ପାଇଁ ଜନ୍ମଦିନ ପାଳନ କରିଛନ୍ତି। ଏହା ପୂର୍ବରୁ ୨୦୧୨ ମିଶନରେ ଥାଇ ମହାକାଶରେ ଜନ୍ମଦିନ ମନାଇଥିଲେ। ବୋଇଂର ଷ୍ଟାରଲାଇନ୍‌ ମହାକାଶ ଯାନରେ ସୁନୀତା ଓ ତାଙ୍କ ସହଯୋଗୀ ବୁଚ୍‌ ଓ୍ବିଲମୋର ଆଇଏସ୍‌ଏସ୍‌କୁ ଯାଇଥିଲେ। ତେବେ ଉକ୍ତ ଯାନରେ ତ୍ରୁଟି ଦେଖାଦେବାରୁ ଉଭୟ ମହାକାଶଚାରୀ ମହାକାଶ କେନ୍ଦ୍ରରେ ଅଟକି ରହିଛନ୍ତି। ସେମାନଙ୍କୁ ଆସନ୍ତାବର୍ଷ ଫେବୃଆରୀ ପର୍ଯ୍ୟନ୍ତ ସେଠାରେ ରହିବାକୁ ପଡ଼ିବ। ଦୀର୍ଘ ମିଶନ ସତ୍ତ୍ୱେ ସୁନୀତା ଏବଂ ବୁଚ୍‌ ମହାକାଶ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଗବେଷଣା ଏବଂ ମେଣ୍ଟେନାନ୍ସ କାର୍ଯ୍ୟ ଜାରି ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    88 %
    1.3kmh
    40 %
    Wed
    25 °
    Thu
    32 °
    Fri
    32 °
    Sat
    31 °
    Sun
    30 °

    ସମ୍ବନ୍ଧିତ