Wednesday, October 7, 2026
31.4 C
Odisha

    ମେଣ୍ଢା ଚୋରି କରି ଗିରଫ ହେଲେ ୮ ଚୋର

    ଆଗକୁ ପଢନ୍ତୁ

    ବାଲିଅନ୍ତା ବଜାର: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ପୁଲିସ ଚଢ଼ାଉ କରି ଏକ ମେଣ୍ଢା ଚୋର ଗ୍ୟାଙ୍ଗକୁ ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୮ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଏସକେ ୱାଜିଦ, ଆକାଶ ଭୋଇ, ଆୟୁଷ୍ମାନ ନନ୍ଦୀ, ରାଜା କାଣ୍ଡି, ଏସକେ ରାହିଲ, ଏସକେ ସାହିଲ, ଏସକେ ଜାହିର, କେଳୁ ସା। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

    ମିଳିଥିବା ସୂଚନା ଆଧାରରେ ପୁଲିସ ଟିମ ଚଢାଉ କରିବା ସହ ୮ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ବେଳେ ସେମାନଙ୍କ ହେପାଜାତରୁ ୨ ଟି କାର, ୧୧ଟି ମୋବାଇଲ ଫୋନ ଏବଂ ୨୩,୧୭୦ ଟଙ୍କା ଜବତ କରିଥିଲା। କାର ଭିତରେ ୫ଟି ମେଣ୍ଢା ରହିଥିଲେ। ପଚରାଉଚରା ସମୟରେ ଅଭିଯୁକ୍ତମାନେ ଚୋରି ନିମନ୍ତେ  ଦୁଇଟି କାର ବ୍ୟବହାର କରୁଥିବାର ସ୍ଵୀକାର କରିଥିଲେ।  ସେହି ଗ୍ରାମରୁ ଏହିପରି ୨୦ଟି ଛେଳି ଚୋରି କରିଥିବାର ସ୍ଵୀକାର କରିଥିଲେ।

    ଅଭିଯୁକ୍ତ ଏସ୍.କେ ୱଜିଦ ଏବଂ ଏସ୍.କେ ଜାହିର ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ଅନ୍ୟମାନେ ଚୋରି କରିବାର କିଛିଦିନ ପୂର୍ବରୁ ରେକି କରି ଜାଗା ବିଷୟରେ ପ୍ରଥମେ ତଥ୍ୟ ସଂଗ୍ରହ କରୁଥିଲେ ଏବଂ ସେହି ହିସାବରେ ପ୍ଲାନ କରି ଉକ୍ତ କାରଗୁଡିକୁ ବ୍ୟବହାର କରି ଚୋରି କରୁଥିଲେ। ଚୋରି କରିଥିବା ମେଣ୍ଢା ବା ଅନ୍ୟ ବସ୍ତୁ ଗୁଡିକୁ ବଜାରରେ ବିକ୍ରିକରୁଥିବା ବେଳେ ମିଳୁଥିବା ଅର୍ଥରାଶିକୁ ନିଜମଧ୍ୟରେ ସମାନ ବାଣ୍ଟୁଥିଲେ ଓ ଅର୍ଥର ଅଧିକାଂଶ ଭାଗ ମଦ୍ୟପାନରେ ଖର୍ଚ୍ଚ କରୁଥିଲେ। ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କ ନାମରେ ପୂର୍ବରୁ ଓଡ଼ିଶାର ବିଭିନ୍ନ ଥାନାରେ ଏକାଧିକ ଆପରାଧିକ ମାମଲା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ