Friday, August 8, 2025
24 C
Odisha

    ମାଙ୍କଡ଼ କାମୁଡାରେ ୨୧ ଜଣ ଗୁରୁତର

    ଆଗକୁ ପଢନ୍ତୁ

    ଗୋପ : ଗୋପ ଅଞ୍ଚଳରେ ମାଙ୍କଡ ଆତଙ୍କ । ମାଙ୍କଡ଼ କାମୁଡାରେ ଦିହୁଡାର ୧୮ ଜଣ ଗୁରୁତର ହେବା ସହ ଗୋପ ବନ ବିଭାଗର ୩ ଜଣ ବନଖଣ୍ଡ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି । ଏବେବି ଗାଁ ଲୋକେ ଆତଙ୍କିତ ରହିଛନ୍ତି । ଗାଁରେ ତାଟି କବାଟ ବନ୍ଦ ରହିଛି । ଯେଉଁ ଲୋକେ ବାହାରକୁ ବାହାରୁଛନ୍ତି ସେମାନେ ହାତରେ ବାଡ଼ି ଧରି ବାହାରୁଛନ୍ତି ।

    ଗୋପ ବ୍ଲକ ଅଣ୍ଡିରାଇଛାପୁର ପଞ୍ଚାୟତର ଦିହୁଡା, ତୋଟାସାହି,ପୋଇତରା ଗାଁରେ ଆଜକୁ ୪ଦିନ ହେବ ମାଙ୍କଡ଼ ଆତଙ୍କ ଲାଗି ରହିଛି । ଗୁରୁତରଙ୍କୁ ପ୍ରଥମେ ଗୋପ ପରେ ଭୁବନେଶ୍ୱର ଓ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମାଙ୍କଡ଼ ଦିନ ଦିପହରେ ଗାଁ ଦାଣ୍ଡରେ ଆତଙ୍କ ଚଳାଇ ଲୋକଙ୍କୁ କାମୁଡୁଥିଲା । ଗୋପ ବନଖଣ୍ଡ ଅଧିକାରୀ ସହ ୨୦ ଜଣ କର୍ମଚାରୀଙ୍କୁ ନାକେଦମ କରିଛି । ଯନ୍ତା ବସାଇ ଏବେବି ଜଗି ବସିଛନ୍ତି ବନବିଭାଗ । ତୁରନ୍ତ ପୁରୀ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଶତାଧିକ ଗ୍ରାମବାସୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    88 %
    1kmh
    100 %
    Fri
    24 °
    Sat
    30 °
    Sun
    32 °
    Mon
    31 °
    Tue
    32 °

    ସମ୍ବନ୍ଧିତ