Monday, April 13, 2026
25 C
Odisha

    ମାତ୍ର ୧ମିନିଟରେ ଚିହ୍ନନ୍ତୁ ନକଲି ପନିର

    ଆଗକୁ ପଢନ୍ତୁ

    ନକଲି ପନିରକୁ ଖାଇ ଅନେକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି। ଏହାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପଦକ୍ଷେପ ନେବା ପରେ ମଧ୍ୟ ଏହି କଳା ଧନ୍ଦା ଦେଶରୁ ଦୂରେଇ ପାରିନି। ନକଲି ପନିରରେ ମିଲ୍କ ଫ୍ୟାଟ ଏବଂ ସୋୟା ଫ୍ୟାଟ ବ୍ୟତୀତ ଅନ୍ୟ ଫ୍ୟାଟ ମଧ୍ୟ ମିଳିଛି। ଖାଦ୍ୟ ବିଭାଗ ପନିରରେ ବହୁ ପରିମାଣରେ ମିଶ୍ରଣର ପୃଷ୍ଟି କରିଛି। ଏଥିରେ ୟୁରିୟା, କୋଲତାର ଡାଇ, ଡିଟରଜେଣ୍ଟ, ସଲଫରିକ ଏସିଡ ମିଶାଯାଉଛି। ତେବେ ଆସନ୍ତୁ ଜାଣିବା ଘରେ ବସି ନକଲି ପନିରକୁ କିପରି ଚିହ୍ନିବା।

    ନକଲି ପନିର ଚିହ୍ନିବେ କେମିତି : ପନିରର ଏକ ଅଂଶ ଭାଙ୍ଗନ୍ତୁ। ଯଦି ସହଜରେ ଭାଙ୍ଗିଯାଉଛି ତେବେ ଜାଣନ୍ତୁ ଏହା ଅସଲି। ଯଦି ଟାଣ ଲାଗୁଛି ତେବେ ଏହା ନକଲି।

    ଏଥିସହ ଘିଅ ବାସ୍ନା ଏବଂ ସ୍ୱାଦରେ ଭଲ ଆସିଲେ, ଏହା ଅସଲି।

    ପନିରକୁ ଗରମ ପାଣିରେ ଫୁଟାନ୍ତୁ। ଥଣ୍ଡା ହେବା ପରେ ଏହା ଉପରେ ଆୟୋଡିନ ଟିଂଚରର ୪-୬ ବୁନ୍ଦା ପକାନ୍ତୁ।

    ପନିର ଯଦି ନୀଳ ପଡିଯାଏ ତେବେ ଏହା ନକଲି, ଯଦି ରଙ୍ଗ ନ ବଦଳୁଛି ତେବେ ଏହାକୁ ଆପଣ ଖାଇପାରିବେ।

    ପନିରକୁ ପାଣିରେ ଫୁଟାନ୍ତୁ। ଥଣ୍ଡା ହେବା ପରେ ସୋୟାବିନ ବା ବିରି ଡାଲିକୁ ପେଶୀ ତା’ର ପାଉଡରକୁ ଏଥିରେ ଛିଞ୍ଚି ଦିଅନ୍ତୁ। ଯଦି ଏହା ନାଲି ରଙ୍ଗର ହେଲା, ଜାଣନ୍ତୁ ଏହା ନକଲି ଏବଂ ଏଥିରେ ୟୁରିଆ ମିଶାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    65 %
    2.3kmh
    0 %
    Sun
    25 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ