Monday, September 28, 2026
22.5 C
Odisha

    ମାର୍କେଟ୍‌ରେ ଫ୍ରୁଟ୍‌ଜୁସ୍‌ ପିଉଛନ୍ତି କି? ହୋଇଯାନ୍ତୁ ସାବଧାନ

    ଆଗକୁ ପଢନ୍ତୁ

    ଆପଣମାନେ ବାହାରକୁ ବୁଲିଯିବା ବେଳେ ବିଶେଷକରି ଖରାଦିନେ ଅନେକେ ଥଣ୍ଡା ପାନୀୟ ପିଇବାକୁ ଭଲ ପାଆନ୍ତି, ଯେଉଁଥିରେ ଥଣ୍ଡା ଥଣ୍ଡା ଫ୍ରୁଟ୍‌ଜୁସ୍‌ର ଡିମାଣ୍ଡ ସର୍ବାଧିକ। ହେଲେ ରାସ୍ତା କଡ଼ରେ ଅସ୍ଥାୟୀ ଭାବେ ଖୋଲିଥିବା ସମସ୍ତ ସିଜନାଲ୍‌ ଷ୍ଟଲ୍‌ରୁ ଜୁସ୍‌ ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇ ନ ପାରେ। ତେଣୁ ବାହାରକୁ ଯାଉଥିଲେ ବିଶେଷକରି ପିଲାଙ୍କୁ ସାଙ୍ଗରେ ନେଉଥିଲେ ବାହାରେ ଜୁସ୍‌ ପିଇବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନଦେବା ଆବଶ୍ୟକ…

    – ବାହାରେ ଜୁସ୍‌ ପିଉଥିଲେ ପ୍ରଥମେ ଉକ୍ତ ଦୋକାନର ଫୁଡ୍‌ ଲାଇସେନ୍ସ ଅଛି ନା ନାହିଁ ଦେଖନ୍ତୁ। ସେଠାରେ ବ୍ୟବହୃତ ପାଣି ପରିଷ୍କାର କି ନାହିଁ ଏବଂ ଫଳ ତାଜା କି ନାହିଁ ଦେଖିବାକୁ ଆଦୌ ଭୁଲନ୍ତୁ ନାହିଁ। କାରଣ ରାସ୍ତାକଡ଼ରେ ଖରାଦିନେ ଅସ୍ଥାୟୀ ଭାବେ ହୋଇଥିବା ଅଧିକାଂଶ ଫ୍ରୁଟ୍‌ଜୁସ୍‌ ଦୋକାନରେ ମିଳୁଥିବା ଜୁସ୍‌ ସ୍ବାସ୍ଥ୍ୟ ପ୍ରତି ହିତକର ନୁହେଁ। ସେଠାରେ ବ୍ୟବହୃତ ଅପରିଷ୍କାର ପାଣି ଦ୍ୱାରା ଶରୀରକୁ ବିଭିନ୍ନ ରୋଗ ଜୀବାଣୁ ଯାଇ ଝାଡ଼ା, ବାନ୍ତି ଭଳି ଅନେକ ରୋଗର କାରଣ ସାଜିଥାଏ।

    – ଖରାଦିନେ ଫ୍ରୁଟ୍‌ଜୁସ୍‌ ଷ୍ଟଲ୍‌ ମଧ୍ୟରୁ ଅନେକେ ଅଧିକ ଟଙ୍କା ପାଇବା ଲୋଭରେ ଅଳ୍ପ ଟଙ୍କାରେ ପଚା କିମ୍ବା ବେଶି ଦିନ ରହିଯାଇଥିବା ଫଳ କିଣି ଆଣି ଗ୍ରାହକଙ୍କୁ ଜୁସ୍‌ କରିଦିଅନ୍ତି। ହେଲେ ଏହାକୁ ପିଇବା ଦ୍ୱାରା ପେଟ ଖରାପ ହେବା ସହ ଅନ୍ୟାନ୍ୟ ରୋଗ ଦେଖାଦେବା ଆଶଙ୍କା ରହିଛି।

    – ଜୁସ୍‌ ପାଇଁ ବ୍ୟବହୃତ ପାଣି କିମ୍ବା ବରଫ ଅପରିଷ୍କାର ହୋଇଥିଲେ ସେଥିରେ ଥିବା ବ୍ୟାକ୍ଟେଟିଆ କଲେରା, ଟାଇଫଏଡ୍‌, ଜଣ୍ଡିସ୍‌ ଭଳି ଜଳଜନିତ ରୋଗର କାରଣ ସାଜିପାରେ।

    – ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୋକାନୀ ଜୁସ୍‌ରେ ସାକାରିନ୍‌ ଭଳି କେତେକ ଆର୍ଟିଫିସିଆଲ୍‌ ସୁଗାର ବ୍ୟବହାର କରୁଥିଲେ ଏହାକୁ ପିଇବା ଦ୍ୱାରା ମେଦବହୁଳତା, ବ୍ରେନ୍‌ ଟ୍ୟୁମର, ବ୍ଲାଡର କ୍ୟାନ୍‌ସର ଭଳି ଅନେକ ସମସ୍ୟା ଉପୁଜିପାରେ। ତେଣୁ ଏଥିପ୍ରତି ଧ୍ୟାନଦେବା ନିହାତି ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    91 %
    1.4kmh
    14 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ