Tuesday, April 7, 2026
26.1 C
Odisha

    ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ବିମାନ ଖୁବଶୀଘ୍ର ପରୀକ୍ଷାମୂଳକ ଅବତରଣ, ବୈଷୟିକ ଦଳର ସମୀକ୍ଷା

    ଆଗକୁ ପଢନ୍ତୁ

    ମାଲକାନଗିର :  ବହୁ ପ୍ରତୀକ୍ଷିତ ମାଲକାନଗିରିରୁ ଭୁବନେଶ୍ୱର ବିମାନ ସେବା ଚଳିତ ମାସ ଶେଷସୁଦ୍ଧା ଆରମ୍ଭ ହେବାକୁ ଯାଉଛି। ଏଥିନେଇ ଏକ ସ୍ୱତନ୍ତ୍ର ବୈଷୟିକ ଦଳ ମାଲକାନଗିରି ଜିଲ୍ଲାର ବିମାନବନ୍ଦର ପରିଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ପରିବହନ ବିଭାଗର ଉଚ୍ଚସ୍ତରୀୟ ଦଳ ଏବଂ ଇଣ୍ଡିଆ ୱାନ୍‌‌ ଏୟାର କମ୍ପାନୀର ବୈଷୟିକ ଦଳ ମାଲକାନଗିରି ପହଞ୍ଚିଥିଲେ। ରାଜ୍ୟ ସରକାରଙ୍କ ବେସାମରିକ ବିମାନ ଚଳାଚଳ ପରାମର୍ଶଦାତା ସୁରେଶଚନ୍ଦ୍ର ହୋତା ଓ ସୁରକ୍ଷା ପରାମର୍ଶଦାତା ମନୋଜ କୁମାର ଦାସଙ୍କ ନେତୃତ୍ୱରେ ଏହି ଦଳ ମାଲକାନଗିରିର ବିମାନ ବନ୍ଦର ତନ୍ନତନ୍ନ ଯାଞ୍ଚ କରିଛନ୍ତି। ବିଶେଷ କରି ରନୱେ, ବିମାନ ବନ୍ଦର ପାଚେରି, ସୁରକ୍ଷା ବ୍ୟବସ୍ଥା, ସିସିଟିଭି କ୍ୟାମେରା, ଟିକଟ କାଉଣ୍ଟରଠାରୁ ଆରମ୍ଭ କରି ବିମାନ ବନ୍ଦରର ସମସ୍ତ ଗୃହ ମଧ୍ୟ ଯାଞ୍ଚ କରିଛନ୍ତି।

    ସାମାନ୍ୟ କିଛି ତ୍ରୁଟି ଥିବାବେଳେ ତୁରନ୍ତ ସେଗୁଡିକୁ ସମାଧାନ କରିବାକୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ନିର୍ଦେଶ ଦିଆଯାଇଛି। ବିମାନ ଚଢ଼ିବା ପାଇଁ ସୁବିଧାସୁଯୋଗ ଯେପରି ଯାତ୍ରୀମାନେ ପାଇପାରିବେ ସେଥିନେଇ ମଧ୍ୟ ତୁରନ୍ତ ପଦକ୍ଷେପ ନେବାକୁ ଏହି ଦଳ ନିଷ୍ପତ୍ତି ନେଇଛି। ପ୍ରଥମାର୍ଦ୍ଧରେ ଜୟପୁରଠାରୁ ଭୁବନେଶ୍ୱର ଯାଉଥିବା ଇଣ୍ଡିଆ ୱାନ ବିମାନକୁ ପରୀକ୍ଷାମୂଳକ ଭାବେ ମାଲକାନଗିରି ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇ ଏଠାରୁ ଜୟପୁରକୁ ସଂଯୋଗ କରି ବିମାନ ଉଡିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ୯ ଆସନ ବିଶିଷ୍ଟ ଯାତ୍ରୀବାହୀ ବିମାନ ଚଳାଚଳ କରିବ। ଆଗାମୀ ଦୁଇଦିନ ମଧ୍ୟରେ ରନୱେରେ ପରୀକ୍ଷାମୂଳକ ଭାବେ ବିମାନ ଅବତରଣ କରିବା ନେଇ ମଧ୍ୟ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ