Thursday, March 19, 2026
29.1 C
Odisha

    ମାର୍ଚ୍ଚ ୨୧ରୁ କଳିଙ୍ଗ ସାହିତ୍ୟ ମହୋତ୍ସବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମାର୍ଚ୍ଚ ୨୧ରୁ କଳିଙ୍ଗ ସାହିତ୍ୟ ମହୋତ୍ସବ ଆରମ୍ଭ ହେବ। ଏଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୪୦୦ ରୁ ଉର୍ଦ୍ଧ ଲେଖକ ସାମିଲ ହେବେ । ଏହାସହ ନେପାଳ, ଭୁଟାନ, ଶ୍ରୀଲଙ୍କା, ଇଣ୍ଡୋନେସିଆ ସହ ଜାପାନ, ବୁଲଗାରିଆ ଓ ନେଦରଲାଣ୍ଡ ଭଳି ୧୨ ଦେଶରୁ ପ୍ରାୟ ୭୦ ରୁ ଉର୍ଦ୍ଧ ଲେଖକ ମଧ୍ୟ ସାମିଲ ହେବେ। ଏପରିକି ଇଣ୍ଡୋନେସିଆ ମଧ୍ୟ ଏହି କାର୍ଯ୍ୟକ୍ରମର କଣ୍ଟ୍ରି ପାର୍ଟନର ହେବା ସମ୍ପର୍କରେ କଳିଙ୍ଗ ସାହିତ୍ୟ ମହୋତ୍ସବର ପୃଷ୍ଠପୋଷକ ଅଶୋକ କୁମାର ବଳ ସୂଚନା ଦେଇଛନ୍ତି ।

    ପ୍ରଥମ ଦିନରେ ମେ’ଫେୟାରରେ ମହୋତ୍ସବର ଉଦ୍‌ଘାଟନ  ରାଜ୍ୟପାଳ ହରିବାବୁ କମ୍ଭମପତି କରିବାର କାର୍ଯ୍ୟକ୍ରମ ରହିଛି । ସମ୍ମାନିତ ଅତିଥି ଭାବରେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଏଚ୍.ଇ. ଇନା ହାଗ୍ନିନତ୍ୟସ କୃଷ୍ଣମୂର୍ତ୍ତି, ରାଜ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ, ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଏବଂ ସାହିତ୍ୟ ଏକାଡେମୀ ସଚିବ କେ. ଶ୍ରୀନିବାସରାଓ ଉପସ୍ଥିତ ରହିବେ ।

    ହିନ୍ଦୀ ଭାଷାର ପ୍ରସିଦ୍ଧ ଲେଖିକା ମମତା କାଲିଆ ଓ ପ୍ରତିଷ୍ଠିତ ଅନୁବାଦକ ତଥା ଶିକ୍ଷାବିତ୍ ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କୁ କଳିଙ୍ଗ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ । ସେହିପରି ସଂସ୍କୃତ ବିଦ୍ୱାନ ଡକ୍ଟର ଶ୍ରୀନୁରୁଦ୍ଧସ ଦାଶଙ୍କୁ କଳିଙ୍ଗ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାରରେ ସମ୍ମାନିତ କରାଯିବ । ନେପାଳର ଲୋକପ୍ରିୟ ଲେଖିକା ଡକ୍ଟର ମମତା ମିଶ୍ରଙ୍କୁ, କଳିଙ୍ଗ ସାହିତ୍ୟ ପୁରସ୍କାର (ଯୁବ) ପ୍ରଦାନ କରାଯିବ ।

    ଏହି ଅବସରରେ ଲେଖକଙ୍କ ସହ ସିଧାସଳଖ କଥୋପକଥନ କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ରାଜକୁମାରୀ ଗୌରୀ ଲକ୍ଷ୍ମୀବାଈ, ଇଲା ଅରୁଣ, ଡ. ବିକ୍ରମ ସମ୍ପଥ, ଡ. ଶଶି ଥରୁର, ଡ. ଶିବ ଖେରା, ଦେବଦତ୍ତ ପଟ୍ଟନାୟକ, ସମୀର ଅଞ୍ଜାନ, ଡ. ମଞ୍ଜୁଳା ପୂଜା ଶ୍ରଫ, ଗଗନ ଗିଲ, ଆନନ୍ଦ ନୀଲକାନ୍ତନନ୍, ପଦ୍ମବିଭୂଷଣ ସୁଦର୍ଶନ ସାହୁ, ମମତା କାଲିୟା, ଆର୍ସିଆ ସତ୍ତାର, ଶାନ୍ତନୁ କୁମାର ଆଚାର୍ଯ୍ୟ, ବୁଦ୍ଧି ସାଗର, ତେମଜେନ ଇମନା ଆଲଂ, ସୈକତ ମଜୁମଦାର, ଡ. ସୈାମ୍ୟ ରଂଜନ ସାମଲ, ଅନନ୍ତ ବିଜୟ, ପ୍ରକାଶ ମିଶ୍ର, ଭାନୁ ଭାରତୀ, ବିଭା କାଗଜୀ ପ୍ରମୁଖ ।କଳିଙ୍ଗ ସାହିତ୍ୟ ମହୋତ୍ସବରେ କେବଳ ସାହିତ୍ୟକୁ ନେଇ ହିଁ ଚର୍ଚ୍ଚା ହେବନାହିଁ ବରଂ ପରିବର୍ତ୍ତିତ ସମୟରେ ଆବଶ୍ୟକତାକୁ ନେଇ ବିଭିନ୍ନ ଅଧିବେସନ ହେବ। ସେସବୁ ମଧ୍ୟରେ ରାନ୍ଧଣା, ମୁଦ୍ରଣ ସଂସ୍କୃତି, ସ୍ଥାପତ୍ୟ, ଶିକ୍ଷା ଓ ଏହାର ସମସ୍ୟା, ବିଜ୍ଞାନ, ନୃତ୍ୟ ଇତ୍ୟାଦି ରହିବ ।ଉଦ୍‌ଘାଟନ ଉତ୍ସବରେ ମୁଦ୍ରଣ ସଂସ୍କୃତିକୁ ନେଇ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ ହେବ ଯାହାକି ଯୁବବର୍ଗଙ୍କ ଦୃଷ୍ଟିକୋଣକୁ ପ୍ରସାରିତ କରିବ ବୋଲି ମତ ପ୍ରକାଶ ପାଇଛି । ଏଥର ଏହି ସାହିତ୍ୟ ମହୋତ୍ସବରେ ଓଡ଼ିଆ କଳା ଓ ସଂସ୍କୃତିକୁ ପ୍ରଦର୍ଶନ କରାଯିବା ସହ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳର ମଧ୍ୟ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା କରାଯିବ ବୋଲି କଳିଙ୍ଗ ସାହିତ୍ୟ ମହୋତ୍ସବର ଉପଦେଷ୍ଟା ସୁଦର୍ଶନ ସାହୁ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.1 ° C
    29.1 °
    29.1 °
    35 %
    0.5kmh
    100 %
    Thu
    30 °
    Fri
    34 °
    Sat
    33 °
    Sun
    35 °
    Mon
    36 °

    ସମ୍ବନ୍ଧିତ