Friday, March 27, 2026
38 C
Odisha

    ମାର୍ଚ୍ଚ ୨ ରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପରୀକ୍ଷା, ୩୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ୩୦ ହଜାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ମାର୍ଚ୍ଚ ୨ରୁ ପରୀକ୍ଷା ଆରମ୍ଭ ହେବ। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୧୦ଟାରୁ ଓ ଦ୍ଵିତୀୟ ସିଟିଂ ଅପରାହ୍ଣ ୨ଟାରୁ ଆରମ୍ଭ ହେବ। ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ରହିଛି। ଭିନ୍ନକ୍ଷମମାନଙ୍କୁ ଅଧିକ ୪୦ ମିନିଟ୍ ଦିଆଯିବ। ମାର୍ଚ୍ଚ ୨ ଓ ୪ ତାରିଖରେ ଦୁଇଟି ଲେଖାଏଁ ସିଟିଂରେ ପରୀକ୍ଷା ହେବାକୁ ଥିବା ବେଳେ ୬ ତାରିଖ ଦିନ ଗୋଟିଏ ସିଟିଂରେ ପରୀକ୍ଷା ହେବ। ଏଥିପାଇଁ ଭୁବନେଶ୍ବର ଜୋନ୍‌ରୁ ସମୁଦାୟ ୨୬୮୯ଜଣ ପରୀକ୍ଷାର୍ଥୀ ଥିବା ବେଳେ ବାଲେଶ୍ବର ଜୋନ୍‌ର ୬୫୨ ଓ ସମ୍ବଲପୁର ଜୋନ୍‌ରେ ୬୯୮ଜଣ ପରୀକ୍ଷାର୍ଥୀ ଅଛନ୍ତି। ଏହାସହ ବ୍ରହ୍ମପୁର ଓ ଜୟପୁର ଜୋନ୍‌ରେ ପରୀକ୍ଷାର୍ଥୀ ମଧ୍ୟ ରହିଛନ୍ତି। ଭୁବନେଶ୍ବର ଜୋନ୍ ପାଇଁ ବକ୍ସି ଜଗବନ୍ଧୁ (ବିଜେବି) ସ୍ଵୟଂଶାସିତ ମହାବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଥିବା ବେଳେ ବାଲେଶ୍ବର ପାଇଁ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ଓ ସମ୍ବଲପୁର ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି। ପରୀକ୍ଷା କେନ୍ଦ୍ର ସମ୍ପର୍କରେ ସୁନିଶ୍ଚିତ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସହମତି ପତ୍ର ଦେବାକୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    38 ° C
    38 °
    38 °
    13 %
    4.5kmh
    11 %
    Fri
    37 °
    Sat
    39 °
    Sun
    40 °
    Mon
    40 °
    Tue
    39 °

    ସମ୍ବନ୍ଧିତ