Tuesday, September 29, 2026
28.1 C
Odisha

    ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

    ଆଗକୁ ପଢନ୍ତୁ

    ଲଖନଉ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତି ଅସନ୍ତୋଷ ଥିବାର ଦର୍ଶାଇ ଆଜି ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ | ସେ ତାଙ୍କ ଇସ୍ତଫା ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଛନ୍ତି। ଏହା ସହିତ ସେ ଏମଏଲସି ସଦସ୍ୟତା ମଧ୍ୟ ଛାଡିଛନ୍ତି। ଇସ୍ତଫା ପରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ଅଖିଳେଶ ଯାଦବଙ୍କ କଥା ଏବଂ କାର୍ଯ୍ୟ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଆମ ମଧ୍ୟରେ ମତଭେଦ ହୋଇଛି କିନ୍ତୁ ମନଭେଦ ହୋଇନାହିଁ | ଦଳରୁ ଇସ୍ତଫା ଦେବାବେଳେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମଧ୍ୟ କହିଛନ୍ତି, “ଆଜି ପୃଥକ ହେବାର କାରଣ ହେଉଛି ଆଦର୍ଶଗତ ପାର୍ଥକ୍ୟ। ମୁଁ ଆଦର୍ଶରୁ କେବେ ବି ବିମୁଖ ହୋଇ ନାହିଁ। ନେତାଜୀ ଜଣେ ଖାଣ୍ଟି ସମାଜବାଦୀ ନେତା ଥିଲେ। ।
    ସେହିପରି ସେ କହିଛନ୍ତି, “ଆମକୁ କାଂସିରାମଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରିବାକୁ ପଡିବ। ଆମେ ୨୨ ଫେବୃଆରୀ ୨୦୨୪ ରେ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ। ଏସପି ସଭାପତି ଅଖିଳେଶ ଯାଦବଙ୍କୁ ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି ଯେ “ମୁଁ ଆପଣଙ୍କ ନେତୃତ୍ୱରେ ଏକ ଆନ୍ତରିକ ପରିବେଶରେ କାମ କରିବାର ସୁଯୋଗ ପାଇଲି, କିନ୍ତୁ ୧୨ ଫେବୃଆରୀରେ ହୋଇଥିବା ଆଲୋଚନା ଏବଂ ୧୩ ତାରିଖ ଦିନ ପଠାଯାଇଥିବା ଚିଠିରେ କୌଣସି ପ୍ରକାର ପଦକ୍ଷେପ ନ ନିଆଯିବାରୁ ମୁଁ ସମାଜବାଦୀ ପାର୍ଟିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି | ସେହିପରି ସ୍ୱାମୀ ବିଧାନ ପରିଷଦର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି | ସେ ଲେଖିଛନ୍ତି ଯେ ଯେହେତୁ ମୁଁ ସମାଜବାଦୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି ତେଣୁ ନୈତିକ କାରଣରୁ ମୁଁ ମଧ୍ୟ ଉତ୍ତରପ୍ରଦେଶର ବିଧାନ ପରିଷଦର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ