Saturday, October 10, 2026
30.1 C
Odisha

    ମାର୍ସିଲେରେ ଭାରତର ମହାବାଣିଜ୍ୟ ଦୂତାବାସ ଉଦଘାଟିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତର ୩ୟ ଦିବସରେ ମାର୍ସିଲେ ସହରରେ ଭାରତର ନୂତନ ମହାବାଣିଜ୍ୟ ଦୂତାବାସ ଉଦଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ମିଳିତ ଭାବେ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେଠାରେ ଉପସ୍ଥିତ ଅନ୍ୟ ପ୍ରବାସୀ ଭାରତୀୟମାନେ କରତାଳି ଦେଇ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ସେନାକୁ ଭାରତରେ ନିର୍ମିତ ପିନାକା ମଲ୍ଟି ବ୍ୟାରେଲ ଲଞ୍ଚର ଦେଖିବାକୁ ଆମନ୍ତ୍ରିତ କରିଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମାର୍ସିଲେ ସହରର ଐତିହାସିକ ମଜାରଗ ଯୁଦ୍ଧ ସମାଧିସ୍ଥଳ ପରିଦର୍ଶନ କରିବା ସହିତ ପ୍ରଥମ ବିଶ୍ଵଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଯୁଦ୍ଧ ସ୍ମାରକକୁ ରାଜ୍ୟଗୋଷ୍ଠୀ ଯୁଦ୍ଧ ସମାଧି ଆୟୋଗ ଦ୍ବାରା ସଂରକ୍ଷିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ