Thursday, February 19, 2026
25.6 C
Odisha

    ମାଲକାନଗିରିକୁ ଫେରୁଛି ଶାନ୍ତି, BNS 163 ପ୍ରତ୍ୟାହାର, ଇଣ୍ଟରନେଟ କଟକଣା ବଳବତ୍ତର

    ଆଗକୁ ପଢନ୍ତୁ

    ମାଲକାନଗିରି : ଧୀରେ ଧୀରେ ମାଲକାନଗିରିକୁ ଫେରୁଛି ଶାନ୍ତି । ରାଖାଲଗୁଡା ଓ ଏମଭି-26 ଗାଁରେ ପ୍ରତ୍ୟାହାର ହୋଇଛି BNS 163 । ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ପରେ ବିଏନଏସ ୧୬୩ ଲାଗୁ ହୋଇଥିଲା । ବିଏନଏସ ୧୬୩ ପ୍ରତ୍ୟାହାର ହୋଇଛି, କିନ୍ତୁ ଇଣ୍ଟରନେଟ କଟକକଣା ବଳବତ୍ତର ରହିଛି ।  ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଦିବାସୀ ନେତାଙ୍କ ସହ ଆଲୋଚନା ହୋଇଛି । ଜମିଜମା ବିବାଦର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ମାଲକାନଗିରି ଜିଲ୍ଲାପାଳ କହିଛନ୍ତି । ହତ୍ୟାକାଣ୍ଡର ଅଭିଯୁକ୍ତ ଶୁଖରଞ୍ଜନ ମଣ୍ଡଳ ଗିରଫ ହୋଇ ଜେଲ ଯାଇଥିବା ବେଳେ ଏମଭି 26 ହିଂସା କାଣ୍ଡରେ ଜଡିତ ୬ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ମୃତକଙ୍କ ପରିବାରକୁ ପୂର୍ବରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଉ ୪ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି । ସେହିପରି ହିଂସାକାଣ୍ଡରେ କ୍ଷତିଗ୍ରସ୍ତ ଲୋକଙ୍କୁ ଖୁବ ଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.6 ° C
    25.6 °
    25.6 °
    30 %
    2.2kmh
    76 %
    Thu
    27 °
    Fri
    35 °
    Sat
    36 °
    Sun
    35 °
    Mon
    36 °

    ସମ୍ବନ୍ଧିତ